ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭଅଁରଖୋଲ ପଂଚାୟତ ସାଗରପାଲି ଗ୍ରାମସ୍ଥିତ ନଖୁ ବାବା ମଠରେ ଆଜିଠାରୁ 68 ତମ ଶ୍ରୀମଦ ଭାଗବତ ସପ୍ତାହ ଆରମ୍ଭ ହୋଇଛି l ଏଥିରେ ଚନ୍ଦ୍ରଭାନୁ ନାୟକ ପୂଜକ ଦାୟିତ୍ୱ ତୁଲାଇଥିବାବେଳେ ରୁଦ୍ର ବିଶ୍ୱାଳ କର୍ତା ଏବଂ ମଣି ବଗାର, ଟିକେଲାଲ ସାହୁ, ନିରଞ୍ଜନ ଡ଼ନସନା, ସୁରେଶ ମିର୍ଧା, ସମାରୁ ମୁଣ୍ଡା, ବିଜେନ୍ଦ୍ର ବାଗ ଷଡ଼ବୈଷ୍ଣବ ଦାୟିତ୍ୱ ତୁଳାଇଛନ୍ତି l ଏହି ଭାଗବତ ସପ୍ତାହ ଆସନ୍ତା ବୁଧବାର ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ବୁଧବାର ଅପରାହ୍ନ ଗୋଟାଏ ସମୟରେ ପୂର୍ଣ୍ଣାହୂତି ଦିଆଯିବ l ଆସନ୍ତା ଏକ ସପ୍ତାହ ଧରି ଭାଗବତ ପାଠ କରାଯିବ l ଅଂଚଳର ମହିଳା ପୁରୁଷ ମାନେ ନଖୁବାବା ମଠରେ ଏକତ୍ରିତ ହୋଇ ଦିନ ତମାମ ଶ୍ରୀମଦ ଭାଗବତର ସମସ୍ତ ଅଧ୍ୟାୟ ପାଠ କରିବେ l ଏହାସହ ସନ୍ଧ୍ୟା ସମୟରେ ଭଜନ, କୀର୍ତନ ପରି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଶ୍ରୀମଦ ଭାଗବତ ସପ୍ତାହ ପାଳନ ଉତ୍ସବରେ ନଖୁବାବା ମଠ ଉପଦେଷ୍ଟା ସୁରେନ୍ଦ୍ର କୁମାର ପ୍ରଧାନ,ସଭାପତି ନରେନ୍ଦ୍ର ପ୍ରଧାନ, କୋଷାଧକ୍ଷ ପୁରନ୍ଦର ପ୍ରଧାନ ପ୍ରମୁଖଙ୍କ ସହ କମଳ ଲୋଚନ ପ୍ରଧାନ, ନରୋତ୍ତମ ପ୍ରଧାନ, ନରେନ୍ଦ୍ର ମେହେର, ଯୋଗେନ୍ଦ୍ର ପ୍ରଧାନ, ଖଗେଶ୍ୱର ମେହେର, ସୁଷମା ପ୍ରଧାନ, ଜ୍ୟୋତ୍ସ୍ନା ପ୍ରଧାନ, ଅନିତା ନାୟକ, ବିଜଲୀ ମେହେର, ପ୍ରେମ ମେହେର, ଯଶୋଦା ସେଟ, ମହରଗି ସେଟ, ଯମୁନା ଗିରି, ବିଜୟା ନାୟକ, ପୁଷ୍ପା ନାୟକ, କୁନି ପ୍ରଧାନ, ଦମୟନ୍ତୀ ପ୍ରଧାନ, ସୁଶୀଳା ମୁଣ୍ଡା ପ୍ରମୁଖଙ୍କସହ ସାଗରପାଲି, ଠେବରା, ଭଅଁରଖୋଲ, ଡୁଡୁଗା ଗ୍ରାମବାସୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି l
0 Comments