ଦୁଇଟି ମୋବାଇଲ ସହ ମୋବାଇଲ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଝାରସୁଗୁଡା ଆର୍ ପିଏଫ୍ l ଦୁଇଜଣ ଯୁବକ ସନ୍ଦିଗ୍ଧ ଭାବେ ପ୍ଲାଟଫର୍ମ ନମ୍ବର ୨ ରେ ବୁଲୁଥିଲା ଦଖିଥିଲେ ସିସିଟିଭି ଯାଞ୍ଚ ଅଧିକାରୀ l ଏନେଇ ଆର୍ ପିଏଫ୍ ଟିମ୍ ପ୍ଲାଟଫର୍ମ ନମ୍ବର ୨ ରେ ବୁଲୁଥିଲା ଯୁବକଙ୍କୁ ଅଟକ ରଖି ଯାଞ୍ଚ କରିଥିଲା l ଟ୍ରେନ ଯାତ୍ରୀ ଠାରୁ ଚୋରି କରିଥିବା ଦୁଇଟି ମୋବାଇଲ ଜବତ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି ଆର୍ ପିଏଫ୍ l ପ୍ରଥମ ଅଭିଯୁକ୍ତ ଝାରସୁଗୁଡା କବ୍ରସ୍ଥାନ ପଡାର ବଣ୍ଟି ସେନ୍ଦ୍ରିଆ ହୋଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ତେଲିଭଟ୍ଟା ଅଞ୍ଚଳର ଅକିବ ହୁସେନ l
0 Comments