ପୂରଣ ହେଲା ଦୀର୍ଘ ଦିନର ଦାବି ।
ସ୍ଵାଧୀନତା ଦିବସରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଋତୁସ୍ରାବ ହେଲେ ଏଣିକି ମହିଳାଙ୍କୁ ଦିନେ ଛୁଟି ମିଳିବ । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ।ଋତୁସ୍ରାବ ସମୟରେ ମହିଳା ମାନେ ଅନେକ ଯନ୍ତ୍ରଣା ରେ ଥାଆନ୍ତି । ଆଉ ଏହି ପରିସ୍ଥିତିରେ ମହିଳା କର୍ମଚାରୀ ମାନେ ଯିବାକୁ ବାଧ୍ୟ ହୋଇଥାନ୍ତି । ଏହାକୁ ଏନେଇ ପୂର୍ବରୁ ଛୁଟି ପାଇଁ ଦାବି ହୋଇଆସୁଥିଲା । ମହିଳାଙ୍କୁ ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଥିଲା । ମାତ୍ର ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ମନା କରିଦେଇଥିଲ । କିନ୍ତୁ ବର୍ତ୍ତମାନ ମହିଳାଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର ଆସିଛି । ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ପାଇବେ ମହିଳା । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତି ନିଆଯାଇଛି । ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ଛୁଟି ଦେଉଛନ୍ତି । ଋତୁସ୍ରାବ ପାଇଁ ଆଗକୁ ଜମା ଛୁଟି ନଥିଲା । ଏବେ କିନ୍ତୁ ଛୁଟି ମିଳିବ । ଋତୁସ୍ରାବ ପୀଡା କଷ୍ଟଦୂର ପାଇଁ ଏହି ନିଷ୍ପତ୍ତ ହୋଇଛି । ଘରୋଇ ଓ ସରକାରୀ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ । ଋତୁସ୍ରାବ କିମ୍ବା ତା ପରଦିନ ଏହି ଛୁଟି ନିଆଯାଇପାରିବ । ଏହି ଛୁଟି ଅପସନାଲ ରହିବ । ତେବେ ସରକାରଙ୍କ ଏହି ନିଷ୍ପତ୍ତାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ଦେଖିବାକୁ ମିଳିଛି ।
0 Comments