ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍ ଯାଞ୍ଚ ହେବା ନେଇ ଦୀପାଳି ଦାସଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ


 ଦିପାଳୀ ଦାସଙ୍କ ଅଭିଯୋଗ ପରେ EVM ଯାଞ୍ଚ୍ ପାଇଁ ଆସିଯାଇଛି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ । ୧୩ ଟି ବୁଥରେ ଯାଞ୍ଚ୍ ହେବ EVM । ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି ଦିପାଳୀ ଦାସଙ୍କ ଆବେଦନ । ମୁଖ୍ୟ ନିର୍ବାଚନ ଆୟୋଗ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ୧୩ ଟି ବୁଥ ରେ EVM ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ଟିକେଟରୁ ଲଢିଥିଲେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ମାତ୍ର ୧୩୩୩ ଭୋଟରେ ପରାସ୍ତ ହୋଇଥିଲେ ଦୀପାଳି । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ସହ ପୁନଃ ଗଣତି ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରି ନେଇଛନ୍ତି ନିର୍ବାଚନ ଆୟୋଗ । ଝାରସୁଗୁଡାର ୧୩ଟି ବୁଥ ଇଭିଏମ୍ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜୁନ୍ ୧ରେ ଇସିଆଇ ଆବେଦନ ପ୍ରଣାଳୀ, ଯାଞ୍ଚ ପ୍ରକ୍ରିୟା, ପ୍ରୋଟୋକଲ ଆଦିକୁ ନେଇ ଏସଓପି ଜାରି କରିଥିଲେ । ନିର୍ବାଚନ ଫଳାଫଳ ପ୍ରକାଶର ୩୦ ଦିନ ମଧ୍ୟରେ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୃକ୍ତ ମାନୁଫାକଚର୍‌ଙ୍କୁ ଆବେଦନକାରୀଙ୍କ ତାଲିକା ପ୍ରଦାନର ବ୍ୟବସ୍ଥା ରହିଛି । ହେଲେ ରାଜ୍ୟ ନିର୍ବାଚନ ଆୟୋଗ ଏହାର ଯଥେଷ୍ଟ ପୂର୍ବରୁ ମାନୁଫାକଚର୍‌ଙ୍କୁ ଅବଗତ କରାଇ ସାରିଛନ୍ତି । ନିର୍ବାଚନ ଫଳାଫଳ ଘୋଷଣାର ୪୫ ଦିନ ମଧ୍ୟରେ ଅର୍ଥାତ ୧୯ ଜୁଲାଇ ସୁଦ୍ଧା ନିର୍ବାଚନ ପିଟିସନ୍ ଦାୟର କରାଯାଇ ପାରିବ ବୋଲି ପ୍ରାବଧାନ ରହିଛି । ସିଇଓଙ୍କଠାରୁ ନିର୍ବାଚନ ପିଟିସନ ଷ୍ଟାଟସ୍ ସଂପର୍କରେ ଜାଣିବା ପରେ ଦୁଇ ସପ୍ତାହ ମଧ୍ୟରେ ମାନୁଫାକଚର୍ ଇଭିଏମ୍ ଯାଞ୍ଚ୍ ଏବଂ ଭେରିଫିକେସନ ଲାଗି ସମୟ ନିର୍ଦ୍ଧାରଣ କରିବେ । ପିଟିସନ୍ ଷ୍ଟାଟସ୍ ସମ୍ପର୍କରେ ନିଶ୍ଚିତ ହେବା ପରେ ଚାରି ସପ୍ତାହ ମଧ୍ୟରେ ଇଭିଏମ୍‌ର ଯାଞ୍ଚ୍ ଏବଂ ଭେରିଫିକେସନ୍ କରିବେ ବୋଲି ଏଥିରେ ଦର୍ଶାଯାଇଛି । ଏହା ପରେ ଦିପାଳୀ ଙ୍କ ପିଟିସନ୍ କୁ ଗ୍ରହଣ କରାଯିବା ପରେ ୧୩ ଟି EVM ଯାଞ୍ଚ୍ କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done