ଝାରସୁଗୁଡା ପହଁଚିଲେ ଭାରତ ଭ୍ରମଣ କରୁଥିବା ନନ୍ଦିଘୋଷ ଖମାରି


 ପରିବେଶର ସୁରକ୍ଷା ଓ ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି ଭଳି ମହତ ଉଦ୍ଦେଶ୍ୟରେ ଭାରତ ଭ୍ରମଣ କରିଥିବା ନନ୍ଦିଘୋଷ ଖମାରୀଙ୍କୁ ଝାରସୁଗୁଡ଼ାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୩ତାରିଖରେ ସୁନ୍ଦରଗଡ଼ରୁ ଆସି ଝାରସୁଗୁଡ଼ାରେ ପହଂଚିବା ପରେ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ଶ୍ରୀ ଖମାରୀଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଆୟୋଜିତ  ସଭାରେ ଶ୍ରୀ ଖମାରୀ ତାଙ୍କ ଭାରତ ଭ୍ରମଣର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ୨୦୨୨ ସେପ୍ଟେମ୍ବର ୫ତାରିଖ ଗୁରୁ ଦିବସରେ ବରଗଡ଼ରୁ ସାଇକେଲ ଯୋଗେ ଯାତ୍ରା ଆରମ୍ବ କରିଥିବା ଶ୍ରୀ ଖମାରୀ  ଭାରତର ଅଠେଇଶ ଗୋଟି ରାଜ୍ୟରେ ପ୍ରାୟ କୋଡିଏ ହଜାର କିଲୋମିଟର  ଭ୍ରମଣ ଅବସରରେ  ମୁଖ୍ୟତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିବା କହିଛନ୍ତି।ସମସ୍ତେ ଗଛ ଲଗାଇବା ଓ ଗଛକୁ ବଞ୍ଚାଇବା ପାଇଁ ଯତ୍ନବାନ ହେବା ସହ ନିଜକୁ ସୁସ୍ଥ ରଖିବା ପାଇଁ ଦୈନିକ ପାଞ୍ଚରୁ ଦଶ କିଲୋମିଟର ସାଇକେଲ ଚଳାଇବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ , ବରିଷ୍ଠ ନାଗରିକ ସଂଘ ଜିଲ୍ଲା ସଭାପତି ବାଳଗୋବିନ୍ଦ ମିଶ୍ର,ସଂଘର ପଶ୍ଚିମ ଓଡ଼ିଶା ଶାଖା ସଭାପତି ପ୍ରଫେସର ଟହଲୁ ସାହୁ,ଟାଇମ୍ସ ଅଫ ଇଣ୍ଡିଆର ଜିଲ୍ଲା ପ୍ରତିନିଧି ରିତେଶ ଶର୍ମା ଶ୍ରୀ ଖମାରୀଙ୍କ ଏହି ମହତ ଉଦ୍ଦେଶ୍ୟର ପ୍ରଶଂସା କରିବା ସହ ତାଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ ଓ ଶ୍ରୀ ଖମାରୀ ସଂସ୍କୃତି ଭବନ ପରିସରରେ ଚାରାବୃକ୍ଷ ରୋପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ପରିଚାଳନା କରିଥିଲେ।ଝାରସୁଗୁଡ଼ା ପୋୖର ପରିଷଦର କର୍ମଚାରିବୃନ୍ଦ ଅଚ୍ୟୁତାନନ୍ଦ ସ୍ୱାଇଁ,ପ୍ରକାଶ ଚନ୍ଦ୍ର ସାହୁ , ଅମୀୟ କୁମାର ମହାନ୍ତି, ସୁବ୍ରତ କୁମାର ସରାଫ, ପ୍ରତୀକ କୁମାର ବେଜ ଓ ଦେବାଶିଷ ପଣ୍ଡା ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ସମୀର କିଷାନ ଓ କିଙ୍ଗକଙ୍ଗ ନାଏକ ସହଯୋଗ କରିଥିଲେ।ଝାରସୁଗୁଡ଼ାରୁ ଶ୍ରୀ ଖମାରୀ ବରଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done