ଆଜି ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟ କ୍ରମ ସ୍ଥାନୀୟ ପୁରୁଣା ବସ୍ତି ସରକାରୀ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ସଭାରେ ଶିକ୍ଷା ଗୋଷ୍ଠୀ ଅଧିକାରୀ ଯଶୋବନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୋ ସ୍କୁଲ ଅଭିଯାନ ସଂପର୍କରେ ଆଲୋଚନା କରି ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଏହି ଅଭିଯାନରେ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ସ୍କୁଲର ପୁରାତନ ଛାତ୍ର ତଥା ଆଲୁମନି ବିଜୟ କୁମାର ପଟେଲ, କୁମାର ପଟେଲ ,ଓ ଆଶୋକ କୁମାର ମହାପାତ୍ର ଆଗାମୀ ଦିନରେ ହେବାକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସୁଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ ଆଲୁମିନି ମାନେ ସ୍କୁଲ ର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ଗିତାଞ୍ଜଳୀ ଦେଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଛାତ୍ର ଛାତ୍ରୀ ସ୍କୁଲ ର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରାଆଲୁମିନି ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୂ ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ପ୍ରେରିତ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟ କ୍ରମକୁ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର। ତ୍ରିପାଠୀ ପରିଚାଳନା କରିଥିବାବେଳେ ସ୍କୁଲ ପରିଚାଳନା କମିଟି ସଭାପତି ଗିତାଞ୍ଜଳୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments