ଏପ୍ରିଲ ୨ରୁ ସକାଳୁଆ ସ୍କୁଲ


 ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୨ ରୁ ଆରମ୍ଭ ହେବ ସକାଳୁଆ ସ୍କୁଲ୍ । ସକାଳ ୭ ଟା ରୁ ଦିନ ୧୧.୩୦ ଟା ଯାଏଁ ହେବ ପାଠ ପଢା । ପ୍ରବଳ ଖରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଏହି ସକାଳୁଆ ସ୍କୁଲ୍ ର ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରାଯାଇଛି । ସରକାରୀ ଏବଂ ଘରୋଇ ଶିକ୍ଷାନଷ୍ଠାନ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଗରମକୁ ଦୃଷ୍ଟିରେ ରଖି ଶୁଦ୍ଧ ପାନୀୟ ଜଳ ଏବଂ ORS ସ୍କୁଲ୍ ରେ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣିପାଗ ଉପରେ ନଜର ରଖି ଆବଶ୍ୟକ ସ୍ଥଳରେ ଜିଲ୍ଲାପାଳ ସ୍କୁଲର ସମୟକୁ ପରିବର୍ତ୍ତନ କରିବାର କ୍ଷମତା ରାଜ୍ୟ ସରକାର ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ କୁ ପହଂଚି ଥିବା ବେଳେ ସକାଳ ସ୍କୁଲ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏପ୍ରିଲ ୨ ତାରିଖରୁ ୧୦ ଟା ପରିବର୍ତ୍ତେ ସକାଳ ୭ ଟା ରୁ ସ୍କୁଲ୍ ଆରମ୍ଭ ହେବ ଏବଂ ୧୧.୩୦ ରେ ସମାପ୍ତ ହେବ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done