ଓରିଏଣ୍ଟ ଥାନା ଅନ୍ତର୍ଗତ କୋଇଲା ପରିବହନ ବାଇପାସ୍ ରାସ୍ତାରେ ଜଣେ ଅଟୋଚାଳକ ଓ ତାଙ୍କର ଦୁଇ ଜଣ ସହଯୋଗୀ ଜଣେ ପାସେଞ୍ଜର ଙ୍କୁ ଲୁଟିଥିବା ଅଭିଯୋଗ ହୋଇଥିଲା । ପାସେଞ୍ଜର ଜଣକ ସୁନ୍ଦରଗଡ ଜିଲ୍ଲା ରାୟଡିହିର ଜଗନ୍ନାଥ ମେହେର । ସେ ବରଗଡ଼ରୁ ସମ୍ବଲପୁରୀ ଶାଢ଼ୀ କିଣି ଘରକୁ ଫେରୁଥିବା ବେଳେ ଜଣେ ଅଟୋ ଚାଳକ ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ମିଶି ଜଙ୍ଗଲ ରାସ୍ତାରେ ତାଙ୍କ ଠାରୁ ଟଙ୍କା ଏବଂ ସମ୍ବଲପୁରୀ ଶାଢ଼ୀ ଲୁଟ୍ କରି ଫେରାର ମାରିଥିଲେ । ଏହି ଲୁଟ୍ ସମୟରେ ଜଗନ୍ନାଥଙ୍କ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଜଗନ୍ନାଥ ମେହେର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ୍ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳର ବୋଲି ପୋଲିସ୍ ପକ୍ଷରୁ ସୂଚନା ରହିଛି । ଅଭିଯୁକ୍ତ ମାନେ MD କୁରବାନ୍ ସକିଲ ଏବଂ MD ଅରମାନ ଏବଂ ଉଭୟ ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳର । ପୋଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ୍ ଏକ ଅଟୋ ଏବଂ ମୋବାଇଲ୍ ଫୋନ୍ ଜବତ୍ କରିଛି ।
0 Comments