ସ୍ଥାନୀୟ ସର ବାହାଲ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ଶ୍ରୀ ଶ୍ରୀ ପର୍ଶୁରାମ ମନ୍ଦିର ପ୍ରଥମ ବାର୍ଷିକ ମହୋତ୍ସବ ପ୍ରତିଷ୍ଠା ଦିବସ ଦୁଇ ଦିନ ଧରି ପାଳିତ ହୋଇଯାଇଛି l ଏହି ଅବସରରେ ପଣ୍ଡିତ ପ୍ରଭାତ କୁମାର ମିଶ୍ର ଓ ସହଯୋଗୀ ପଣ୍ଡିତ ଭାବେ ବିଶେଶ୍ୱର ପାଢ଼ୀ ଅଜୟ ମିଶ୍ର ରଘୁନାଥ ପାଢ଼ୀ ସମସ୍ତ ଵିଧି ବିଧାନ ରେ ପୂଜା ପାଠ, ହୋମ ଯଜ୍ଞ,ପ୍ରସାଦ ସେବନ ମହା ଆଡମ୍ବର ସହକାରେ କରା ଯିବା ସହ ସଂଧ୍ୟାରେ ଦୁଇ ଦିବସୀୟ ବାଦୀ ପାଲା ରେ ପାଲା ମଣ୍ଡଳୀ ପ୍ରତିପକ୍ଷ ଙ୍କର ମନ୍ତବ୍ୟ ଵେଶ ରୋଚକ ହେବା ସହ ଦର୍ଶକ ଓ ଶ୍ରୋତା ମାନଙ୍କୁ ଅଭିଭୂତ କରି ଥିଲା l ବାଙ୍କୀ କଟକ ରୁ ଆସି ଥିବା ପାଲା ଗାୟକ ଲଷ୍ମୀଧର ପଣ୍ଡା ଶର୍ମା ଓ ସାଥି ଓ ସମ୍ବଲପୁର ରୁ ଆସିଥିବା ରାଧେଶ୍ୟାମ ପଣ୍ଡା ଓ ସାଥି ଝାରସୁଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଉପଢୌକନ, ପ୍ରଶସ୍ତି ପତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ଥିଲା lଏଥିରେ ବିଚାରକ ଭାବେ ପଣ୍ଡିତ ସୀତାରାମ ବିର୍ତ୍ତିଆ ଓ ପଣ୍ଡିତ ନିକୁଞ୍ଜ ବିହାରୀ ମିଶ୍ର ରହି ଥିବା ବେଳେ ଜିଲ୍ଲା ବ୍ରାହ୍ମଣ ସମାଜ ର ସଭାପତି ସମ୍ପାଦକ ସହ ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରି ଥିଲେ l ସହରାଞ୍ଚଳ ରେ ପାଲା ଲୁପ୍ତ ହେଇଯାଉ ଥିବାରୁ ଏହାକୁ ବ୍ରାହ୍ମଣ ସମାଜ ଉଜ୍ଜୀବିତ କରି ଥବାରୁ ସାଧାରଣରେ ଭୂରୀ ପ୍ରଶଂସା କରାଯାଇଛି l
0 Comments