ଝାରସୁଗୁଡ଼ା ବିଧାୟିକାଙ୍କ ଅଫିସ ଠାରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ହଂସାମୁରା କଣ୍ଟାପାଲି ପଞ୍ଚାୟତ ର ଶତାଧିକ କର୍ମୀ ଆଜି ବିଧାୟିକା ସୁଶ୍ରୀ ଦିପାଳୀ ଦାସ ଙ୍କ ଉପସ୍ଥିତି ରେ କଂଗ୍ରେସ ଏଵଂ ବିଜେପି ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚେଷ୍ଟା ତଥା ସ୍ୱଚ୍ଛ ଶାସନ ଓ ବିକାଶମୂଳକ କାର୍ଯ୍ୟ ଏଵଂ ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦୀପାଳୀ ଦାସ ଙ୍କ ନୂତନ ଝାରସୁଗୁଡ଼ା ନିର୍ମାଣ ସହ ସ୍ୱଚ୍ଛ ରାଜନୀତି କୁ ଅନୁସରଣ କରି ଶତାଧିକ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି। ସାମିଲ ହୋଇଥିବା କର୍ମୀ ଙ୍କ ମଧ୍ୟରେ ହଂଶାମୁରା କଣ୍ଟାପାଲି ବିଜେପି ପଞ୍ଚାୟତ ଉପସଭାପତି ସୁନିଲ ରୋହିଦାସ ସମେତ ଛନ୍ଦା ଚରଣ ରୋହିଦାସ, ଲଳିତ ରୋହିଦାସ, ବିମଳ ରୋହିଦାସ, ଜିତେନ୍ ରୋହିଦାସ, କାନ୍ତ ରୋହିଦାସ, ଦେବାନନ୍ଦ ମେହେର, ଜୟ ବିହାରୀ ମେହେର, ଦୀପକ ଖଡ଼ିଆ, ରାହୁଲ ଖଡିଆ ଆକାଶ ଖଡ଼ିଆ, ଋକ୍ମନ୍ ସିଂହ , ତପସ୍ୟା ମହାନନ୍ଦ ପ୍ରମୁଖ ଯୋଗ ଦେଇଛନ୍ତି। ଆଜିର କାର୍ଯକ୍ରମ ରେ ପିଙ୍କୁ ପଟେଲ,ପିଣ୍ଟୁ ପାଢ଼ୀ, ଅମିତାଭ ପଟେଲ, ଆର୍ଯ୍ୟାନ୍ ସ୍ନିହା,ରୋସନ ପଣ୍ଡା ,ବିକାସ ମହାବର , କ୍ରୀଷ୍ଣା ପରିଡ଼ା ପ୍ରଭୃତି ଉପସ୍ଥିତ ଥିଲେ।
0 Comments