ଝାରସୁଗୁଡ଼ା ସହରର ସରଵାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିବେଶ ଓ ସୁରକ୍ଷା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ


 ପରିବେଶ ଓ ସୁରକ୍ଷା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ। ଝାରସୁଗୁଡ଼ା ସହରର ସରଵାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ପରିବେଶ ଓ ସୁରକ୍ଷା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପରିବେଶ ଓ ସୁରକ୍ଷା ଆଲୋଚନା ଚକ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାପସ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଙ୍ଗୀତ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ କରିଥିବାବେଳ ୟୁଥ୍ ଏଣ୍ଡେ ଇକୋ କ୍ଲବ ପକ୍ଷରୁ ପରିବେଶ ଓ ସୁରକ୍ଷା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ର ରେ ଝାରସୁଗୁଡ଼ା ସହରର ଅବସର ପ୍ରାପ୍ତ ଡେପୁଟି ବନ୍ୟାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ନାଥ ଅବସର ପ୍ରଧାନ ଶିକ୍ଷକ ପଦଳାଭ ନାଏକ ଏଵିଇଓ ସୁଶାନ୍ତ ହୋତା ଡାକ୍ତର ରୁପଶ୍ରୀ ତ୍ରିପାଠୀ ଇନଜିୟର ଅରବିନ୍ଦ ବାରିକ। ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ରାଉତ  ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଓ ସୁରକ୍ଷା ବିଷୟରେ ବୁଝାଇଥିଲେ। ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସଞ୍ଜୟ କୁମାର ପାଣିଗ୍ରାହୀ ନିମାଇଁ ଚରଣ ବେହେରା ସଞ୍ଜୟ ଜେନା ରୁପା ଚାନ୍ଦ କୋଲୋ କୁମାର ପରିଚାଳନା କରିଥିବାବେଳେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done