ଝାରସୁଗୁଡ଼ା : ବିଦ୍ୟାନଗର କମ୍ୟୁନିଟି ହଲ୍ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି


 ବିଦ୍ୟାନଗର କମ୍ୟୁନିଟି ହଲ୍ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ଝାରସୁଗୁଡ଼ା ପୌର ପରିଷଦର ଜୁନିଅର୍ ଆସିଷ୍ଟାଣ୍ଟ ଶ୍ରୀ ଶାଶ୍ଵତ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଘାଟନ କରିଥଲେ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଶିଶୁ ବିକାଶ ବିଦ୍ୟା ମନ୍ଦିର, ପଞ୍ଚପଡ଼ା ର ସମ୍ପାଦକ ଶ୍ରୀ ଦିଗାମ୍ବର ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଏସ୍. ଡି. ଏ ବିଦ୍ୟାନଗର କମିଟିର କୋଷାଧ୍ୟକ୍ଷ ବୈଷ୍ଣବ ରୋହିଦାସ, ସମ୍ପାଦକ ହିରନ୍ ମୟୀ ପୁଝାରୀ ମଞ୍ଚାସିନଥିଲେ।ଏସ୍. ଡି.ଏ  କମିଟି ବିଦ୍ୟାନଗରର ସଭାପତି ଶ୍ରୀ ନବୀନ ସେନ କାର୍ଯକ୍ରମ କୁ ଆୟୋଜନ କରିବା ସହିତ ପରିଚାଳନା କରିଥିଲେ। ସ୍ଥାନୀୟ ଏସ୍.ଏଚ୍. ଜି ଗ୍ରୁପ ର ମମତା ମହାନ୍ତି, ସବେତ୍ରୀ ସୋନୀ, ଯଜ୍ଞାସେନୀ ମହାନ୍ତି ଙ୍କ ସମେତ ଶ୍ରୀକାନ୍ତ ମହାନ୍ତି ଓ ରୂପା ପରୁଆ ଆଦି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ସ୍ଥାନୀୟ ବସ୍ତି ପିଲାଙ୍କୁ ନେଇ କୁଇଜ, ଚିତ୍ରାଙ୍କନ, ନୃତ୍ୟ ଓ ସଙ୍ଗୀତ ଆଦି କାର୍ଯ୍ୟକ୍ରମର ପ୍ରତିଯୋଗିତା ହୋଇଥିଲା। କୁଇଜ ରେ ୫ ତି ଦଳ ମଧ୍ୟରୁ  'ନବଦଳ ' ରେ ଥିବା ସାଇକ୍ରିଷ୍ଣା, ପ୍ରିୟାଂଶୁ, ଓ ପ୍ରତ୍ୟୁଷ,ନୃତ୍ୟରେ ଲଭଲି, ପ୍ରିୟଙ୍କା, ଶ୍ରଦ୍ଧା, ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ରେ ଭାବେଶ,ଗୌରବ, ସମୀର, କୀର୍ତ୍ତି, ରୋହିଦାସ, ରାହୁଲ ଆଦି ପ୍ରଥମ,ଦ୍ଵିତୀୟ, ତୃତୀୟ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ।ପରିଶେଷରେ ରୋହିତ ସେନ କାର୍ଯ୍ୟକ୍ରମରେ ଧନ୍ୟବାଦ୍ ଦେଇଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done