ଝାରସୁଗୁଡ଼ା - ୧୪ ବର୍ଷ ରୁ କମ ଆନ୍ତ ଜିଲ୍ଲା କ୍ରିକେଟ ପ୍ରତିଯୋଗୀତା ର ଆଜି ଏକ ଶେଷ ଲିଗ୍ ମ୍ୟାଚ ଝାରସୁଗୁଡା ବ୍ଲୁ ଓ ଓରିଏଣ୍ଟ ସ୍କୁଲ୍ ବ୍ରଜରାଜନଗର ମଧ୍ୟରେ ସରବାହାଲ ହାଇ ସ୍କୁଲ୍ ଗ୍ରାଉଣ୍ଡ ରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ରେ ଓରିଏଣ୍ଟ ସ୍କୁଲ୍ ବ୍ରଜରାଜନଗର ୬ ୱିକେଟ ରେ ଝାରସୁଗୁଡା ବ୍ଲୁ କୁ ପରାସ୍ତ କରିଛି। ଆଜି ର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀ ମନମୋହନ ପାଣ୍ଡେ ଯୋଗ ଦେଇଥିଲେ। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ଶ୍ରୀଯୁକ୍ତ ବିଶାଳ ପ୍ରସାଦ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରିକେଟ ମୁଖ୍ୟ ମେହତାବ ଖାଁ, ଶୋଭନ ଦେବ, ମହମ୍ମଦ ୟୁସୁଫ, ତଥା ସାମ୍ବାଦିକ ସଞ୍ଜୟ ମାଲି ଉପସ୍ଥିତ ଥିଲେ।
0 Comments