ଆଜି ସଂସଦରେ ଆଗତ ହୋଇଛି ବଜେଟ୍ ୨୦୨୪


 ଆଜି ସଂସଦରେ ଆଗତ ହୋଇଛି ବଜେଟ୍ ୨୦୨୪ । ଆଜି ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ଆୟକର ଛାଡସୀମା ଉପରେ ସମସ୍ତଙ୍କ ନଜର ରହିଥିଲା କିନ୍ତୁ ଆୟକର ଛାଡସୀମା ଉପରେ କିଛି ପରିବର୍ତ୍ତନ ହୋଇନାହିଁ । ତେବେ ଏହାର ଅର୍ଥ ହେଉଛି ନିର୍ବାଚନ ପରେ ନୂଆଁ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟ୍ ରେ ଆୟକର ଛାଡସୀମା ସମ୍ପର୍କରେ ନିଷ୍ପତି ନେବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ୨୦୨୪-୨୫ ରେ ବିତ୍ତୀୟ ନିଅଣ୍ଟ GDP ୫.୧% ରହିବ ବୋଲି ଆକଳନ କରାଯାଇଛି । GDP ତୁଳନାରେ ଦେଶର ବିତ୍ତିୟ ନିଅଣ୍ଟକୁ ୫.୮ ପ୍ରତିଶତକୁ ସଂଶୋଧନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏକ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଦି ସରକାରର ଏହା ହେଉଛି ଶେଷ ବଜେଟ୍ । ତେବେ ଏହି ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ଯେ ସବ୍ କା ସାଥ୍ ସବକା ବିକାଶ ଓ ସବକା ପ୍ରୟାସ୍ ଚାଲୁ ରହିଛି । ଏବଂ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଏହି ବଜେଟ୍ ରେ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି । ତେବେ ବଜେଟ୍ ୨୦୨୪ରେ ୧୦ ଟି ମୁଖ୍ୟ ଦିଗ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡିକ ମଧ୍ୟରେ 

୧. ୩ ଟି ରେଳ କରିଡର୍ ଆରମ୍ଭ ହେବ । ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତରିତ ହେବ । 

୨.ପ୍ରତିରକ୍ଷା ବ୍ୟୟ ୧୧.୧% ବୃଦ୍ଧି ପାଇବ ।

୩.ସବୁ ଆଶା ଏବଂ ଅଙ୍ଗନୱାଡ଼ି ଆୟୁଷ୍ମାନ ଭାରତରେ ସାମିଲ୍ ହେବେ । 

୪. ଆହୁରି ୨ କୋଟି ଆବାସ ମିଳିବ ପାଞ୍ଚ ବର୍ଷରେ । 

୫.ଆୟକର ସୀମା ଅପରିବର୍ତ୍ତିତ ରହିଛି । 

୬.ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ଵୀପର ବିକାଶ ହେବ ।

୭.୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ର ମାନ୍ୟତା ମିଳିବ । 

୮. ଏକ କୋଟି ଘରକୁ ସୌର ଶକ୍ତିରେ ବିଦ୍ୟୁତ୍ ବ୍ୟବସ୍ଥା କରାଯିବ ।

୯.୫୦ ବର୍ଷୀୟା ସୁଧରହିତ ଯୋଜନାରେ ଦିଆଯିବ ଋଣ ।

୧୦.ବିମାନ ବନ୍ଦର ଆହୁରି ଦୁଇ ଗୁଣା କରାଯିବ । 

ଆଜି ଆଗତ ହୋଇଥିବା ବଜେଟ୍ ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସବୁ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done