ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ (ମିର୍ଦ୍ଧା ଡେରା) ଠାରେ ଅଲ୍ ଓଡ଼ିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଓଡିଶାର ରାଜ୍ୟ ସ୍ତରୀୟ ସମ୍ମେଳନ ହୋଇଥିଲା।


 ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ (ମିର୍ଦ୍ଧା ଡେରା) ଠାରେ ଅଲ୍ ଓଡ଼ିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଓଡିଶାର ରାଜ୍ୟ ସ୍ତରୀୟ ସମ୍ମେଳନ ହୋଇଥିଲା। ସମ୍ମେଳନରେ ରାଜ୍ୟ ସ୍ତରର ସଭାପତି ସଂପାଦକ ସମସ୍ତ ଜିଲ୍ଲାର ତଥା ସମସ୍ତ ଗୁଡ଼ିର ସଭାପତି ସଂପାଦକ ଓ ରାଜ୍ୟର ବୋର୍ଡ କମିଟି ଥାଇ ରାଜ୍ୟ ସ୍ତରିୟ ସଭାପତି ଶ୍ରୀମାନ ପାତ୍ରାସ ଧନୁଆର ଙ୍କ ସଭାପତିତ୍ବରେ ଝାରସୁଗୁଡ଼ା, ସୁନ୍ଦରଗଡ, ନୂଆପଡ଼ା,ଓ ସମ୍ବଲପୁର ଏମିତି ସମସ୍ତ ଜିଲ୍ଲାକୁ ନେଇ ଶ୍ରୀମାନ ଫୁଲଚନ୍ ଖଡ଼ିଆ, ଶ୍ରୀମାନ ରାଜେଶ ଖଡ଼ିଆ, ଶ୍ରୀମାନ ମନୋଜ ଖଡ଼ିଆ, ଶ୍ରୀମାନ ମୋହନ ଖଡ଼ିଆ, ଶ୍ରୀମାନ ଧନୁର୍ଯ୍ୟ ବାର୍ଲା, ଶ୍ରୀମାନ ଶ୍ରୀକର ଖଡ଼ିଆ, ଶ୍ରୀମାନ ଚନ୍ଦ୍ର ଖଡ଼ିଆ,ଶ୍ରୀମାନ ଶ୍ୟାମସୁନ୍ଦର କିଡୋ,ଶ୍ରୀମାନ ଶ୍ରୀମାନ ଦୁର୍ଗା କୁଲୁ, ଶ୍ରୀମତୀ ଯଶୋଦା ବାଗୁଆର, ଶ୍ରୀମତୀ ମଳିକା ଖଡ଼ିଆ, ସନ୍ତୋଷ କେରକେଟା, ଶ୍ରୀମାନ ତ୍ରିନାଥ ଖଡ଼ିଆ, ଓ ଶ୍ରୀମାନ ଧନୀରାମ ଖଡ଼ିଆ ଥାଇ ସମାଜ ଏକତା ପାଇଁ ବହୁତ୍ ବଡ଼ ପଦକ୍ଷେପ ନିଆଯାଇଛି। ସମାଜରେ ଘଟୁଥିବା ଅସାମାଜିକତାକୁ ନେଇ ଜାତି ପ୍ରମାଣ ପତ୍ର, ସାମାଜିକ ପ୍ରତିବନ୍ଧକ ମୁକ୍ତ ପତ୍ର ଓ ବିବାହ ପ୍ରମାଣ ପତ୍ର ଜାରି କରା ଯାଇଛି। ସମ୍ମେଳନରେ ଗାଁ କମିଟି ତଥା ବ୍ଲକ ସ୍ତରୀୟ କମିଟି ଗଠନ ପାଇଁ ମଧ୍ୟ ଜୋରଦାର ପଦକ୍ଷେପ ନିଆଯାଇଛି। ସମସ୍ତ ଜିଲ୍ଲାକୁ ଦୁଧ ଖଡ଼ିଆ ସମାଜର ସମ୍ବିଧାନକୁ ମାନିବାକୁ କଡାକଡି ରଖାଯାଇଛି ଓ ସମ୍ବିଧାନକୁ ଉଲଂଘନ କଲେ ସମାଜ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଅଲ୍ ଓଡିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଓଡ଼ିଶା କମିଟି ପଦକ୍ଷେପ ନେଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done