ଝାରସୁଗୁଡ଼ା : ଚୂଡାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଛି।


 ଝାରସୁଗୁଡ଼ା  ଚୂଡାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଛି। ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ  ଭୋଟର  ସଂଖ୍ୟା ୪୩୯୧୩୬ ହୋଇଥିବା ବେଳେ ୨୨୦୫୧୫ ଜଣ ପୁରୁଷ ,୨୧୮୫୪୮ ଜଣ ମହିଳା ଓ ୭୩ଜଣ ତୃତୀୟ ଲିଙ୍ଗ। ୦୬ - ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦୯୦୮୪ ଜଣ ପୃରୁଷ ଭୋଟର, ୧୦୫୩୩୫ ଜଣ ମହିଳା ଭୋଟର ଓ ୧୫ଜଣ ତୃତୀୟ ଲିଙ୍ଗ ଭୋଟର। ସେହିପରି ୦୭ - ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୧୧୧୪୩୧,ମହିଳା ଭୋଟର ସଂଖ୍ୟା ୧୧୩୨୧୩ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୫୮। ଭୋଟର ତାଲିକାର ନକଲ ସମସ୍ତ ମାନ୍ୟତା ପ୍ରାପ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟଠାରେ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଓ ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done