ଝାରସୁଗୁଡ଼ା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ। ଝାରସୁଗୁଡ଼ା ସହରର ମେଘଦୂତ ହୋଟେଲ୍ ରେ ଆଜି ସନ୍ଧ୍ୟା ଛଅଟା ସମୟରେ ଝାରସୁଗୁଡ଼ା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଝାରସୁଗୁଡ଼ା ର ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର କୁ ଆଞ୍ଚଳିକ ବିକାଶ ପରିଷଦ ର ଅଧକ୍ଷ ମନମୋହନ ପଣ୍ଡିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଜିଲ୍ଲା ଗଠନ ହେବାର ଡିରିଶ ବର୍ଷ ପରେ ମଧ୍ୟ ଝାରସୁଗୁଡ଼ା ଜିଲ୍ଲା ରେ ଏକ ସରକାରୀ ମହାବିଦ୍ୟାଳୟ ମାନ୍ୟତା ପାଇଲା ନାହିଁ । ଏହା ଝାରସୁଗୁଡ଼ା ଜିଲ୍ଲା ପାଇଁ ଏକ ଦୁଃଖର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଝାରସୁଗୁଡ଼ା ସହର ଉପକଣ୍ଠରେ ପଚାଶ କୋଟି ବ୍ୟୟରେ ଝାରସୁଗୁଡ଼ା ସରକାରୀ ଡାକ୍ତରଖାନା ନିର୍ମାଣ ହୋଇଥିବାବେଳେ ଆଉଡରେ ଡାକ୍ତର ଶିଶୁ ନଥିବାର ଅଭିଯୋଗ ହେଉଛି। ବିଭିନ୍ନ ସମୟରେ ରୋଗୀମାନଙ୍କୁ ସାଲାଇନ ଓ ଵେଡସିଟ ନେବା ପାଇଁ କୁହାଯାଉଛି। ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ରେ ଅନେକେ ଶିଳ୍ପାନୁଷ୍ଠାନ ଗଢି ଉଠିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ପିଲାମାନଙ୍କୁ ନିଯୁକ୍ତି ଦେବା ପାଇଁ ଉପେକ୍ଷିତ କରାଯାଉଛି।ପରିମଳ ବ୍ୟବସ୍ଥା ନ କହିବା ଭଲ କାରଣ ଝାରସୁଗୁଡା ପୈର ପରିଷଦ ରେ 24ଟି ଓରଡ କୁ ନେଇ ଗଠିତ ହୋଇଥିବା ବେଳେ ଝାରସୁଗୁଡ଼ା ମୁଖ୍ୟ ରାସ୍ତା ସଫାସୁତୁରା ହେଉଥିଵା ବେଳ ବିଭିନ୍ନ ଗଳିକନ୍ଦିରେ ସଫାସୁତୁରା ଭଲ ଭାବରେ ହେଉନାହିଁ । ଶିଳ୍ପାନୁଷ୍ଠାନ ପକ୍ଷରୁ ଉନ୍ନୟନ କାମ ଝାରସୁଗୁଡ଼ା ରେ ଯେତିକି ହେବା କଥା ତାହା ହେଉନାହିଁ । ଝାରସୁଗୁଡ଼ା
ସହର ସମେତ ଆଖପାଖ ଅଞ୍ଚଳରେ ପରିଵେଶ ପ୍ରଦୂଷଣ ଉତ୍କଟ ରୁପ ଧାରଣ କରିଥିବାବେଳେ ବିଭିନ୍ନ ରାସ୍ତା ଉପରେ ଶିଳ୍ପାନୁଷ୍ଠାନ ପକ୍ଷରୁ ପାଣି ସିଞ୍ଚନ ହେଉନଥିବାରୁ ଲୋକେ ଯିବାଆସିବା ସମୟରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଖଣିଜ ପାଣ୍ଠିରୁ ଉନ୍ନୟନ କାମ ଠିକ୍ ଭାବରେ ହେଉ ନାହିଁ। ଏହି ଆଲୋଚନା ଚକ୍ର ରେ ବରିଷ୍ଠ ଆଇନଜୀବି ତ୍ରିନାଥ ଗୁଆଲ ନାରାୟଣ ମହାପାତ୍ର ବନ୍ଦନା ମୁନ୍ଦଡା ତପନ ମିଶ୍ର ବାଦଲ ଦାସ୍ ସଞ୍ଜୟ ମାଳି ନିମାଇଁ ଚରଣ ବେହେରା ପାରିଲାଲ ଶ୍ରୀ ବାସ୍ତବ ସମେତ 25ରୁ ଅଧିକ କର୍ମକର୍ତ୍ତା ନିଜ ନିଜ ର ମତବ୍ୟକ୍ତ ରଖିଥିଲେ ।
0 Comments