ଲଖନପୁର ଥାନାର ପୂର୍ବ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନା ନିଲମ୍ବିତ


 ଲଖନପୁର ଥାନାର ପୂର୍ବ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନା ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ପୁଲିସ ମୁଖ୍ୟାଳୟରୁ ନିଲମ୍ବନ ଆଦେଶ ଜାରି କରାଯାଇଛି। ଗତ ସପ୍ତାହରେ ଝାରସୁଗୁଡ଼ା ଏସ୍‌ପି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଥାନାରୁ ପ୍ରତ୍ୟାହାର କରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଥିଲେ। ତାଙ୍କ ବିରୋଧରେ ତଦନ୍ତ କରି ରାଜ୍ୟ ପୁଲିସ ମୁଖ୍ୟାଳୟଙ୍କୁ ରିପୋର୍ଟ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଥିବା ଜଣାପଡ଼ିଛି। ଗତ ୮ ତାରିଖ ଜାତୀୟ ତୀୟ ରାଜପଥ-୪୯ର ବେଲପାହାଡ଼ – ଲଖନପୁର ମଧ୍ୟରେ ବଞ୍ଜାରୀଲିଲାରୀ ସେତୁ ନିକଟରେ ଦୁର୍ଘଟଣାରେ ମୃତକଙ୍କ ଶବ ଗୁଡ଼ିକୁ ବେଲପାହାଡ଼ ଥାନା ଇଲାକାରେ ରଖିମାମଲାର ତଦନ୍ତକୁ ଲଖନପୁର ପୁଲିସ୍ ଏଡ଼ାଇବା ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲାପ୍ରକାଶଯୋଗ୍ୟ ୨୦୨୦ ମସିହାରେ  ସନ୍ଧ୍ୟାରାଣୀ କେଉଁଝର ଜିଲ୍ଲା ପାଟଣା ଥାନାରେ ଆଇଆଇସି ଭାବେ ଥିବା ବେଳେ ଜଣେ ଅଭିଯୁକ୍ତଙ୍କ ମାଡ ମାରିବା  ଅଭିଯୋଗ ଘଟଣାରେ ତାଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ ନିଲମ୍ବିତ କରିଥିଲେ। ସେହି ଘଟଣାକୁ କେନ୍ଦ୍ର କରି ରାଜ୍ୟ ମାନବାଧିକାର କମିଶନ ତାଙ୍କୁ ଆଉ କୌଣସି ଥାନାରେ ତିନି ବର୍ଷ କାଳ ପର୍ଯ୍ୟନ୍ତ ଆଇଆଇସି ଭଳି ପଦବିରେ ଅବସ୍ଥାପିତ ନ କରିବାକୁ ରାଜ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଲଖନପୁର ଥାନାରେ ତାଙ୍କୁ ଆଇଆଇସି ଦାୟିତ୍ୱରେ ରଖାଯାଇଥିବା ଅଭିଯୋଗ ହୋଇ ଆସୁଥିଲା। ନିଲମ୍ବନ ସମୟରେ ଝାରସୁଗୁଡ଼ା ଏସ୍‌ପିଙ୍କ ଅଧୀନରେ ରହି ସେ କାର୍ଯ୍ୟ କରିବାକୁ ଆଜି ଜାରି ନିଲମ୍ବନ ଆଦେଶରେ ଦର୍ଶାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done