ରାମଲାଲା ଆଜି ପବିତ୍ର ରାମ ମନ୍ଦିର ରେ ବିରାଜମାନ ହୋଇଛନ୍ତି ଓ ରାମ ମନ୍ଦିର ଅଯୋଧ୍ୟା ରେ ପ୍ରତିଷ୍ଠା ହୋଇଅଛି, ଏହି ଶୁଭ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗର ବିଧାନସଭା ଅନ୍ତର୍ଗତ ବିଭିନ୍ନ ମନ୍ଦିର ଓ ବିଭିନ୍ନ ଗ୍ରାମରେ ଓ ପଡ଼ା ହେଉଥିବା ଦ୍ବିପହର ନାମ ଯଂଜ୍ଞ ରେ ଯୋଗଦାନ କରି ପୂଜା ଅର୍ଚନା କରିଛନ୍ତି | ସେହିପରି ଲଖନପୁର ବ୍ଲକ ଅନ୍ତର୍ଗତ ରମ୍ପେଲା ପଞ୍ଚାୟତ ର ଚାରପାଲି ଗ୍ରାମ ରେ ଦ୍ବିପହର ନାମଯଂଜ୍ଞା, କୁମ୍ଭାରବନ୍ଧ ଗ୍ରାମରେ ଦ୍ବିପହର ନାମ ଯଂଜ୍ଞ, ଦଲଗାଁ ପଞ୍ଚାୟତ ର ଖମାରଡ଼ିହି ଠାରେ ହନୁମାନ ମନ୍ଦିର ପୂଜା ଓ ଦ୍ବିପହର ନାମ ଯଂଜ୍ଞ, ବନ୍ଧବାହାଲ ର ଜଗନ୍ନାଥ ମନ୍ଦିର ଠାରେ 108 କୁଣ୍ଡ ରେ ଦ୍ବିପହର ନାମ ଯଂଜ୍ଞ, କୁଡାଲୋଇ ପଞ୍ଚାୟତ ର ଖଏରକୁନି ଗ୍ରାମ ରେ ନାମ ଯଂଜ୍ଞ, ଲଖନପୁର ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡା ଓ ଲଖନପୁର ଗ୍ରାମ ଠାରେ ହେଉଥିବା ଜଗନ୍ନାଥ ମନ୍ଦିର ର ପୂଜା ଏବଂ ସେହିଭଳି ବ୍ରଜରାଜନଗର ମୁନ୍ସିପାଲିଟି ଅନ୍ତର୍ଗତଆଦର୍ଶ ନଗର ର ରାମେଶ୍ୱର ରାମ ମନ୍ଦିର ଦର୍ଶନ, ESI ଚଉକ ଦୁର୍ଗା ମଣ୍ଡପ, ଗଙ୍ଗାନଗର ରାମ ମନ୍ଦିର, ଶିବ ମନ୍ଦିର ହିଲ ଟୋପ କଲୋନୀ, ବୁନ୍ଦିଆ କଲୋନୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି |
0 Comments