ଦଳକି ପଞ୍ଚାୟତ ଅଧିନସ୍ଥ କୁମୁଡ଼ା ପାଲି ଗ୍ରାମରେ ଜୟ ଶ୍ରୀକୃଷ୍ଣ, ମାଁ ବୈଷ୍ଣଦେବୀ ଆଞ୍ଚଳିକ ଧନୁଯାତ୍ରା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରସିଦ୍ଧ ଧନୁଯାତ୍ରା ଉତ୍ସବ।


 କଳା ସଂସ୍କୃତି ର ଦେଶରେ ଏଇ ଆମ ରାଜ୍ୟ ଓଡ଼ିଶା। ଆମ ବେଦ ତଥା ପୁରାଣ ଆମକୁ ଜଣାଇ ଆସୁଛି ଆମର ବୈତିହ ଓ ପରମ୍ପରା। ଦ୍ଵାପର ଯୁଗର କଂସାଶୁର ଓ ଭଗବାନ ଶ୍ରୀକୃଷ୍ଣ ଙ୍କ ଚରିତ୍ର ଆମୋ ଜୀବନରେ ତୁଣ୍ଡି ହେଇଛି ଭକ୍ତି ଭାବନା।

ଏହି ଭକ୍ତି ଭାବନାକୁ ଆଖି ଆଗରେ ରଖି ଝାରସୁଗୁଡା ଜିଲ୍ଲା ଦଳକି ପଞ୍ଚାୟତ ଅଧିନସ୍ଥ କୁମୁଡ଼ା ପାଲି ଗ୍ରାମରେ ଜୟ ଶ୍ରୀକୃଷ୍ଣ, ମାଁ ବୈଷ୍ଣଦେବୀ ଆଞ୍ଚଳିକ ଧନୁଯାତ୍ରା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରସିଦ୍ଧ ଧନୁଯାତ୍ରା ଉତ୍ସବ। ଏହି ପରିପେକ୍ଷିରେ ଆଜି ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଗତ ୨୦୧୫ ମସିହା ରୁ ଆରମ୍ଭ ହେଇଥିଲା ଧନୁଯାତ୍ରା ଏହି ଗ୍ରାମରେ, ମଝିରେ କୋରୋନା ପାଇଁ ଏହା ବନ୍ଦ ହୋଇଥିଲା କିନ୍ତୁ ଗ୍ରାମ ବାସି ଙ୍କ ଚେଷ୍ଟା ଓ ପରିଶ୍ରମ ରେ ଚଳିତ ବର୍ଷ ଏହି ଧନୁଯାତ୍ରା ପୁଣି ଆରମ୍ଭ ହେବାକୁ କୁ ଯାଉଛି, ଯାହାକି ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ରୁ ଆରମ୍ଭ ହୋଇ ୧୧ ମାର୍ଚ୍ଚ ଦିନ ଉଦ୍ଦାପିତ ହେବ। ଏହି ଉତ୍ସବରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ର ପୂର୍ବତନ କଂସ ମହାରାଜ ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନ ମହାରାଜ କଂସ ଭୂମିକା ରୂପେ ଏହି ଉତ୍ସବ ରେ ଅବତରଣ କରିବେ। ଉତ୍କ ଉତ୍ସବରେ ଗ୍ରାମବାସୀ ବୃନ୍ଦ ତଥା ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ଅର୍ଥ ଚାନ୍ଦା ରୂପରେ ବ୍ୟୟବରାଦ କରାଯାଉଛି। ଉତ୍ସବଟି ସୁରୁଖୁରୁରେ ତଥା ଶାନ୍ତି ଶୃଙ୍ଖଳାରେ କିପରି ଅନୁଷ୍ଠିତ ହେବ ସେଥିପାଇଁ ପୋଲିସ ପ୍ରଶାସନ ତଥା ଗ୍ରାମଯୁବକ ମାନଙ୍କ ସାହାଯ୍ୟ ସହଯୋଗ କାମନା କରାଯାଇଅଛି। ଏହି ସଭାକୁ ପରିଚାଳନା କରିଥିଲେ ଶ୍ରୀ ଯୁକ୍ତ ନିକୁଞ୍ଜ ବିହାରୀ ମିଶ୍ର, ସଭାରେ ଯୋଗଦାନ କରିଥିଲେ ଶ୍ରୀ ଆନନ୍ଦ ପାଣ୍ଡେ, ଶ୍ରୀ ଶୁଶିଲ ଦେହୁରୀୟା, ଶ୍ରୀ କିଶୋର ଭଇଁସା, ଶ୍ରୀ ସୁମନ୍ତ ପଟେଲ, ଶ୍ରୀମତୀ ଆଶିମସ ସହରୀୟା, ଶ୍ରୀମତୀ କସ୍ତୁରୀ ପଟେଲ, ଶ୍ରୀମତୀ ଉକିୟା ଦେହୁରିୟା ତଥା ଗ୍ରାମ ବାସି ବୃନ୍ଦ ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ କମିଟି ସଭାପତି ଶ୍ରୀଯୁକ୍ତ ଗୌରୀ କିଶୋର ପଟେଲ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done