ପ୍ରତ୍ୟେକ ଶିଶୁ ସ୍ୱତନ୍ତ୍ର' କାର୍ଯ୍ୟକ୍ରମ ଅନ୍ତର୍ଗତ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶିବିର ଚଳିତ ନଭେମ୍ବର ମାସ ୧୪ତାରିଖରେ ଅନୁଷ୍ଠିତ ହେଉଛି। ସ୍ଥାନୀୟ ନବ ଦାସ ଅଡିଟୋରିଅମରେ ୧୪ତାରିଖ ସକାଳ ୧୦ଟାରୁ ଶିବିର ଆରମ୍ଭ ହେବ।ଜିଲ୍ଲାରେ ଚିହ୍ନଟ ସମସ୍ତ ଭିନ୍ନକ୍ଷମ ଶିଶୁ ସେମାନଙ୍କ ଅଭିଭାବକଙ୍କ ସହ ଏହି ଶିବିରରେ ଯୋଗଦାନ କରିବେ। ପ୍ରତ୍ୟେକ ଶିଶୁ ଓ ସେମାନଙ୍କ ଅଭିଭାକମାନଙ୍କୁ ଶିବିରକୁ ଆଣିବା ଓ ଛାଡ଼ିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଏହି ଭିନ୍ନକ୍ଷମ ଶିଶୁମାନଙ୍କ ସକାଶେ ପରିଚୟ ପତ୍ର,ରାସନ କାର୍ଡ,ବସ ପାସ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ଶିବିରରେ ପ୍ରଦାନ କରାଯିବ। ଜିଲ୍ଲାପାଳ , ଝାରସୁଗୁଡ଼ା ପୌରପାଳିକା ପୌରାଧ୍ୟକ୍ଷା ଶିବିରରେ ଯୋଗଦାନ ଏହି ଭିନ୍ନକ୍ଷମ ଶିଶୁମାନଙ୍କୁ ସୁବିଧା ସୁଯୋଗ ବଣ୍ଟନ କରିବା ସକାଶେ ସ୍ଥିରୀକୃତ ହୋଇଛି।
0 Comments