ମାନସିକ ଚାପ ନିୟନ୍ତ୍ରଣ ସକାଶେ ଷ୍ଟ୍ରେସ ମ୍ୟାନେଜମେଣ୍ଟର ବିଭିନ୍ନ କୌଶଳ/ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି CHDNLRର ସଭାପତି ଓ TWRANର ସହ ପ୍ରତିଷ୍ଠାତା ଡ.ଆର.କେ. ଏସ୍. ମଙ୍ଗେସ ଦାଶ। ଆଜି ସକାଳେ ଡି ଏମ୍ ଏଫ୍ ଅଡିଟୋରିଅମରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଚାପ ନିୟନ୍ତ୍ରଣର ବିଭିନ୍ନ କୌଶଳ ଓ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ଏହା ଦ୍ବାରା ମଣିଷର କାର୍ଯ୍ୟ ଦକ୍ଷତା ଅନେକ ଭାବରେ ବୃଦ୍ଧି ପାଇଥାଏ ବୋଲି କହିଥିଲେ। ପାୱାର ପଏଣ୍ଟ ପ୍ରଦର୍ଶନ ପୂର୍ବକ ଡ. ଦାଶ ଚାପ ନିୟନ୍ତ୍ରଣର କୌଶଳ ସମ୍ପର୍କରେ ବୁଝାଇଥିଲେ।ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଚାପ ନିୟନ୍ତ୍ରଣ ପାଇଁ ନିୟମିତ ଭାବେ କୌଶଳ ଶିକ୍ଷା ଲାଭ ପୂର୍ବକ କାର୍ଯ୍ୟରେ ସ୍ଥିରତା ଓ ଦକ୍ଷତା ବୃଦ୍ଧି ସକାଶେ ପରାମର୍ଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର, ଆଇ ଏ ଏସ୍ ପ୍ରବେସନ ସସ୍ୟା ରେଡ୍ଡୀ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ପ୍ରବନ୍ଧକ ନିର୍ଦ୍ଦେଶକ(ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ,ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀଗଣ ଉପସ୍ଥିତ ଥିଲେ।
0 Comments