ଜିଲ୍ଲା ସାମାଜିକ ସୁରକ୍ଷା ଓ଼ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ସ୍ଥାନୀୟ ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ଵାଇ, ଡେପୁଟି କଲେକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ପ୍ରଫେସର ଟହଲୁ ସାହୁ, ବାଳଗୋବିନ୍ଦ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ବିଶିଷ୍ଠ ତାରକା ଅତିଥି ଭାବେ ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରପାଳ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସମସ୍ତ ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା ତତ୍ପର ବୋଲି ମୁଖ୍ୟ ଅତିଥି ଶ୍ରୀ ଅମାତ ତାଙ୍କ ବକ୍ତବ୍ୟ ରେ କହିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଗୋପ ଲଷ୍ମୀ ହୋତା "ଏକ ପରିବର୍ତ୍ତନଶୀଳ ଦୁନିଆଁ ରେ ବୟସ୍କ ବ୍ୟକ୍ତିଙ୍କ ସ୍ଥିରତା" ଏଇ ବର୍ଷର ପ୍ରସଙ୍ଗ କୁ ନେଇ ନିଜର ବକ୍ତବ୍ୟ ରଖିବା ସହିତ ଝାରସୁଗୁଡା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ବରିଷ୍ଠ ବ୍ୟକ୍ତି ମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ବିଷୟ ରେ ସଚେତନ କରିଥିଲେ l ସଭାକୁ ଉଦଘୋଷକ ଭାବେ ବିବେକାନନ୍ଦ ମିଶ୍ର ସଂଯୋଜନା କରିଥିଲେ l ସଭାର ପ୍ରଥମ ଚରଣ ରେ ଜଗନ୍ନାଥଙ୍କୁ ପୁଷ୍ପା ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଝାଡ଼େଶ୍ୱରୀ ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ର ଦୃଷ୍ଟି ବାଧିତ ଛାତ୍ରୀ ମାନେ ଦ୍ବିପ ମନ୍ତ୍ର ପାଠ କରିବାସହ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ l ସମେଶ ଅଗ୍ରୱାଲ ଓ଼ ସାଥି ଗୁରୁ ମନ୍ତ୍ର ପାଠରେ ପ୍ରେକ୍ଷାଲୟ ଗୁଜ୍ଜରଣ ସୃଷ୍ଟି ହୋଇଥିଲା l ନିରଞ୍ଜନ ମାଳି ସଂଯୋଜନା ରେ ବକ୍ତୃତା ଓ଼ ଚିତ୍ରା ଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଙ୍କୁ ଅର୍ଥ ରାଶି ଓ଼ ପ୍ରମାଣ ପତ୍ର ଅତିଥି ମାନେ ପ୍ରଦାନ କରିଥିଲେ l ଉପସ୍ଥିତ ସମସ୍ତ ବରିଷ୍ଠ ବ୍ୟକ୍ତି ମାନଙ୍କୁ ଅତିଥି ମାନେ ଉତ୍ତରୀୟ ଓ଼ ଗୋଲାପ ଫୁଲ ଦେଇ ଅଭିନଦନ ଜଣାଇ ଥିଲେl ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ ଙ୍କ ରଙ୍ଗବତୀ ଗୀତରେ ପେକ୍ଷାଲୟ ଉତ୍ସବ ମୁଖର ହେବା ସହିତ ଦୃଷ୍ଟି ବାଧିତ ଛାତ୍ରୀ କଳ୍ପନା ଖଡିଆ ରଙ୍ଗବତୀକୁ ସାଥିରେ ଗାଇବା ଦେଖି ଶ୍ରୀ ହରିପାଳ ଭାବ ବିଭୋର ହୋଇ ପଡ଼ିଥିଲେ l ପରେ ସଂସ୍କୃତିକ କାର୍ଯ୍ୟକ୍ରମକୁ ସୁରଙ୍ଗ ପ୍ରଧାନ ସଂଯୋଜନା କରିଥିବା ବେଳେ ଓଡିଶୀ ନୃତ୍ୟ ରେ ଗଣେଶ ବନ୍ଦନା ଓ଼ ପରେ ମିରର ଥିଏଟର ଦ୍ୱାରା ପ୍ରସ୍ତୁତ ଓ଼ ସୁବାଷ ପ୍ରଧାନ ନିର୍ଦେଶୀତ ନାଟକ "ମୂର୍ତ୍ତି " ପ୍ରଦର୍ଶିତ ହୋଇଥିଲା ଶେଷରେ ଶ୍ରୀମତୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର କନିଷ୍ଠ ସହାୟକ ଆଦିତ୍ୟ କୁମାର ବାଦି,ସୁସ୍ମିତା ଭୋଇ ଓ ଅରତିବାଇ ସାଂଘାଇ ଏବଂ ପ୍ରଜ୍ଞା ମିଶ୍ର,ପ୍ରଦ୍ୟୁମ୍ନ ପାଣିଗ୍ରାହୀ ,ଜୟନ୍ତ ପ୍ରଧାନ , ଅଜିତ ସାହୁ ସହ ବ୍ଲକ ସାମାଜିକ ଅଧିକାରୀ ଶାନ୍ତି ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ।
0 Comments