ନବଦାସ ଫାଉଣ୍ଡେସନ ପକ୍ଷ ରୁ ନୁଆଁଖାଇ ଭେଟଘାଟର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଟିତ l ନବ ଦାସ ଫାଉଣ୍ଡେସନ ପକ୍ଷରୁ ଝାରସୁଗୁଡା ବିଧାୟୀକା ଦୀପାଳି ଦାସ ଙ୍କ ଅଧକ୍ଷତାରେ ନୂଆଁଖାଇ ଭେଟଘାଟ ଉତ୍ସବକୁ ଚଳିତ ମାସ 23 ଏବଂ 24 ତାରିଖ ଦୁଇ ଦିନ ବ୍ୟାପି ଦିନ 10 ଟା ରୁ ଆରମ୍ଭ କରି ରାତି 10ଟା ପର୍ଯ୍ୟନ୍ତ ମହା ସମାରୋହରେ କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ଏହି କାର୍ଯ୍ୟକ୍ରମକୁ ସମ୍ବଲପୁରୀ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଲୋକ ଭାଷା, ପରମ୍ପରିକ ଗୀତ, ବାଦ୍ୟକୁ ଉର୍ଦ୍ଧ ମୁଖି କରିବା ଓ଼ ବହୁ ଗୁଣିତ କରିବା ପାଇଁ ବିଧାୟିକା ସୁଶ୍ରୀ ଦାସ ଉପସ୍ଥିତ ଥିବା ଝାରସୁଗୁଡା ଜିଲ୍ଲାର ଗୁଣୀ ଜ୍ଞାନୀ ସଂସ୍କୃତି ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆହ୍ବାନ କରି ଥିଲେl lଏହି ଭେଟ ଘାଟ କାର୍ଯ୍ୟକ୍ରମ କୁ ଉତ୍ସବ ମୁଖର କରିବା ପାଇଁ ବୋଲିଉଡ଼, ଓଳିଉଡ଼ରୁ ସୁପର ଷ୍ଟାର୍ସ ତଥା ପଶ୍ଚିମ ଓଡିଶାର ଅନେକ ଷ୍ଟାର୍ସ ମାନେ ସାନ୍ଧ୍ୟ ଅଧିବେଶନରେ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବା ପାଇଁ କାର୍ଯ୍ୟକ୍ରମ ଯୋଗାଯୋଗ କରାଯାଇ ଥିବା ବେଳେ ପଶ୍ଚିମାଞ୍ଚଲର ସମସ୍ତ ପଡୋଶୀ ଜିଲ୍ଲାରୁ ସମ୍ବଲପୁରୀ ପାରମ୍ପରିକ ବିଭିନ୍ନ ନାଚ ଗୀତ ଦଳକୁ ଏଥିରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ସମ୍ବଲପୁରୀ ଫେସନ ଶୋ, ସ୍କୁଲ ସ୍ତରୀୟ ସମ୍ବଲପୁରୀ ନୃତ୍ୟ ପ୍ରତି ଯୋଗିତା, ହୁଳହୁଳି,ରଙ୍ଗୋଲି, ସମ୍ବଲପୁରୀ, କୁଇଜ,କବିତା ଆସର ପ୍ରଭୁତି କରାଯିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି l ଏହି କାର୍ଯ୍ୟକ୍ରମ କୁ ଅଧିକ ଉତ୍ସବ ମୁଖର କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରି ବିଭିନ୍ନ ଦୋକାନ ଲଗାଇବା ପାଇଁ ବିଧାୟିକା ସୁଶ୍ରୀ ଦାସ ମତ ଦେଇ ଥିଲେ l ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା l ପ୍ରତିଯୋଗିତା କମିଟି, ଆଯୋଜକ କମିଟି, ଖାଦ୍ୟ କମିଟି , ଅତିଥି ସ୍ଵାଗତ କମିଟି, ମେଡ଼ିଆ କମିଟି ରହିଥିବା ବେଳେ ସମସ୍ତ କମିଟି ସ୍ଵ ତନ୍ତ୍ର ଭାବେ ବୈଠକ କରି ନିଜ ନିଜ ଦାୟିତ୍ୱକୁ ନିର୍ବାହ କରିବା ସହିତ ଆସନ୍ତା 16 ତାରିଖରେ ପୂର୍ଣ୍ଣାଙ୍ଗ ରୂପ ରେଖ ତିଆରି କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା l ଏହି ପ୍ରସ୍ତୁତି ବୈଠକରେ ଝାରସୁଗୁଡା ସହର ସମେତ ସମସ୍ତ ବ୍ଲକ, ପଶ୍ଚିମାଞ୍ଚଲ ର ସବୁ ପଡୋଶୀ ଜିଲ୍ଲାରେ ପ୍ରଚାର ପ୍ରସାର କରାଯିବା ପାଇଁ ବିଧାୟିକା ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଦୁଇ ଦିନ ବ୍ୟାପି ସର ହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଝାରସୁଗୁଡା ଉତ୍ସବ ଦୂଲଦୁଲି ମଞ୍ଚରେ କରାଯିବା ପାଇଁ ସ୍ଥିରୀକୃତ ହୋଇଛି l ଏଥିରେ ଝାରସୁଗୁଡା ର ସବୁ ବ୍ଲକ ଓ଼ ମୁନିସିପାଲିଟିରୁ ଅନେକ ବିଜ୍ଞ ବ୍ୟକ୍ତି ଉପସ୍ଥିତ ରହି ନିଜର ମତ ପୋଷଣ କରିଥିଲେ ଆଜିର କାର୍ଯକ୍ରମ ରେ ତପନ ଦେବ ଚକ୍ରବର୍ତ୍ତୀ, ରବି ସିଂ, ହରିଶ ଗନତ୍ରା, ସନ୍ଦିପ ଅବସ୍ତୀ, ବିଜୟ ବେହେରା,ସରୋଜ କୁଅଁର, ନରେନ୍ଦ୍ର ପଣ୍ଡା, ଗଣେଷ ନାଏକ, ବିବେକାନନ୍ଦ ମିଶ୍ର,ସଞ୍ଜୟ ଲୋଧା, ଲୋକନାଥ ତିବାରି, ରାମଚନ୍ଦ୍ର ପ୍ରଧାନ, ପିଣ୍ଟୁ ପାଢ଼ୀ, ପ୍ରତାପ ନନ୍ଦ,ମଦନ ହାତୀ, ସିଦ୍ଧାଥ ସରକାର, ଅଶୋକ ଦାସ ତୁଳସୀ ଦାସ,ଜୟ ପ୍ରକାଶ କୁଅଁର, ପ୍ୟାରେଲାଲ ଶ୍ରୀବାସ୍ତବ, ଗୋବିନ୍ଦ ସିଂହାନିଆ,ଆଲୋକ ତ୍ରିପାଠୀ, ପପ୍ପୁ ଶର୍ମା, ସଚିନ ଶର୍ମା, ସତନ୍ତ୍ର ଶର୍ମା, ବାଦଲ ଭୋଇ,ବିକାଶ ମହାବତ, ଜିତେନ୍ଦ୍ର ସାହୁ ,ବିକାଶ ସୁଲତାନୀଆ, ୟାସିନ କୁରେଶି ପ୍ରଭୃତି ଉପସ୍ଥିତ ଥିଲେ।
0 Comments