ଏନଟିପିସି ପ୍ରଭାବିତ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଚେତାବନୀ


 NTPC ପ୍ରଭାବିତ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଚେତାବନୀ ।

ଓଡ଼ିଶା ସୀମାନ୍ତ ଛତିଶଗଡ଼ ଲାରା ନିକଟରେ ଗଢି ଉଠିଥିବା NTPC ତାପଜ ବିଦ୍ୟୁତ କେନ୍ଦ୍ରର ମାତ୍ରାଧିକ ପ୍ରଦୂଷଣରେ ଲଖନପୁର ବ୍ଳକ୍ ୧୯ ଖଣ୍ଡ ମୌଜା ପ୍ରଭାବିତ ସ୍ଥାନୀୟ ଜନସାଧାରଣ NTPC କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଆଦିଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ସ୍ଥାନୀୟ ଜନସାଧାରଣ ଆଇନକୁ ହାତକୁ ନେଇ ଆନ୍ଦୋଳନ କରିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି । ଏନେଇ ୧୯ ଖଣ୍ଡ ମୌଜାବାସୀ ଏକତ୍ରିତ ହୋଇଛନ୍ତି । ଆସନ୍ତା ୧୫ ତାରିଖ ରେ ଓଡ଼ିଶା ଓ ଛତିଶଗଡ଼ କୁ ସଂଯୋଗ କରୁଥିବା ୪୯ ନମ୍ବର୍ ଜାତୀୟ ରାଜପଥ କନକତୋରା ଛକରେ ଶତାଧିକ ଜନସାଧାରଣ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏସଂପର୍କରେ ସୀମାନ୍ତ ଅଞ୍ଚଳର ୭ ଜଣ ସରପଞ୍ଚ ମିଳିତ ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ମିଳିତ ଭାବେ ଅବଗତ କରିଛନ୍ତି । ଏହାର ଏକକିତା ନକଲ ବରଗଡ଼ ସାଂସଦ, ବ୍ରଜରାଜନଗର ବିଧାୟିକା, ଏସ.ପି, ରେଙ୍ଗାଲି ଥାନା ଆଇଆଇସି ପ୍ରମୁଖ ଙ୍କୁ ପ୍ରଦାନ କରାଯାଇଛି । ତେବେ ଓଡ଼ିଶା ସୀମାନ୍ତ ଜିରୋ ପଏଣ୍ଟ ଲାରା NTPC ତାପଜ ବିଦ୍ୟୁତ କେନ୍ଦ୍ର ଗଢିଉଠିଛି । ଏହି ପ୍ରକଳ୍ପ ରୁ ନିର୍ଗତ ହେଇଥିବା ବର୍ଜ୍ୟବସ୍ତୁ ବାୟୁମଣ୍ଡଳ ଓ ନଦୀ ପ୍ରବାହିତ ହୋଇ ସୀମାନ୍ତ ୧୯ ଖଣ୍ଡ ମୌଜାର ଚାଷ ଜମି, ଫସଲ, ଜଳାଶୟ , ରାସ୍ତାଘାଟ ଆଦି ପ୍ରଭାବିତ ହେବାରେ ଲାଗିଛି । ମାତ୍ରାଧିକ ପ୍ରଦୂଷଣ ହେବା ଫଳରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡୁଛି । ଏଥିରେ ଲୋକେ ବିଭିନ୍ନ ଦୁରାରୋଗ୍ୟର ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳୁଛି ବୋଲି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done