ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ଵାରା ପରିବେଶ ମଞ୍ଜୁରୀ ପାଇଁ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପିପିଲିମାଲ ଗ୍ରାମରେ ଏକ ସର୍ବସାଧାରଣ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବ ସାଧାରଣ ଜନ ଶୁଣାଣି ଶିବିରଟି ବେଦାନ୍ତ ଲିମିଟେଡର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ କୁଡ଼ାଲୋଇ ନର୍ଥ A କୋଲ୍ ବ୍ଲକ୍ ପାଇଁ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଜନ ଶୁଣାଣି ଶିବିରରେ କୁଡ଼ାଲୋଇ ନର୍ଥ A କୋଲ୍ ବ୍ଲକ୍ କୁ କିଛି ଲୋକେ ସ୍ବାଗତ କରିଥିବା ବେଳେ କିଛି ଲୋକେ ଏହାକୁ ବିରୋଧ କରିଥିଲେ । ଏହା ସହିତ ସ୍ଥାନୀୟ କିଛି ଲୋକଙ୍କୁ ଏହି ଜନ ଶୁଣାଣି ଶିବିର ଭିତରକୁ ପଶିବା ପାଇଁ ଦିଆଯାଇ ନଥିବାରୁ ଶିବିର ସମ୍ମୁଖରେ ଲୋକେ ବିକ୍ଷୋଭ କରିଥିଲେ । ଏହି କୋଲ୍ ବ୍ଲକ୍ ଦ୍ଵାରା ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରଙ୍କ ସମସ୍ତ ନୀତିନିୟମ କୁ ପାଳନ କରି କ୍ଷତିପୂରଣ ଓ ଥଇଥାନ ପ୍ରଦାନ କରାଯିବ ବୋଲି କୁଡ଼ାଲୋଇ ନର୍ଥ ଏ କୋଲ୍ ବ୍ଲକର ପ୍ରକଳ୍ପ ମୁଖ୍ୟ କହିଛନ୍ତି । ଏହି ଜନ ଶୁଣାଣି ଶିବିରରେ ଯୋଗ ଦେଇଥିବା କଲେ ସ୍ଥାନୀୟ ଅଂଚଳର ବିକାଶ, ସ୍ଥାନୀୟ ନିଯୁକ୍ତି, କ୍ଷତିପୂରଣ ଓ ଥଇଥାନ କୁ ଅଗ୍ରାଧିକାର ପ୍ରଦାନ କରିବା ପାଇଁ ପ୍ରକାଶ କରାଯାଇଥିଲା । ତେବେ ପିପିଲିମାଲ, କୁଡ଼ାଲୋଇ, ଧଉଁରାମୁଣ୍ଡା, ବେଲପାହାଡ , ବଂଜାରି, ବର୍ତାପ ଆଦି ଗ୍ରାମରେ ୯୬୫.୫୮ ହେକ୍ଟର ପରିମିତ ଜମିରେ ବାର୍ଷିକ ଉତ୍ପାଦନ କ୍ଷମତା ୮ ନିୟୁତ ଟନ୍ କରିବା ପାଇଁ ଏହି ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।
0 Comments