ଆଜି ଭାରତୀୟ ଜନତା ପାର୍ଟି ବ୍ରଜରାଜନଗର ତରଫରୁ 5T ସଚିବ ଭିକ ପାଣ୍ଡିଆନ ଙ୍କ ଗସ୍ତକୁ ତୀବ୍ର ବିରୋଧ କରା ଯାଇଛି


 ଆଜି ଭାରତୀୟ ଜନତା ପାର୍ଟି ବ୍ରଜରାଜନଗର ତରଫରୁ 5T ସଚିବ ଭିକ ପାଣ୍ଡିଆନ ଙ୍କ ଗସ୍ତକୁ ତୀବ୍ର ବିରୋଧ କରା ଯାଇଛି l ଭାରତୀୟ ଜନତା ପାର୍ଟି ବ୍ରଜରାଜନଗର ପକ୍ଷ ରୁ ବାଇକ ରାଲି ମାଧ୍ୟମ ରେ ବ୍ରଜରାଜନଗର ବାସୀଙ୍କୁ ଅଫିସର ରାଜ ହଟାଓ ଲୋକତନ୍ତ୍ର ବଚାଓ ର ବାର୍ତା ଦେଇଥିଲେ l ବାଇକ ରାଲି ପରେ ଓ଼ପିମ  ଟେନ୍ସି କୋର୍ଟ ରେ ଜବାବ ମାଗୁଛି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ନେତାମାନେ ଏବଂ ଅଂଚଳ ବାସି ବିଜୁ ଜନତା ଦଳ ର ସରକାର କୁ ବିଭିନ ପ୍ରଶ୍ନ ପଚାରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ବିଶ୍ୱଜିତ ଷଡ଼ଙ୍ଗୀ ରାଜ୍ୟ ଉପ ସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଓଡିଶା ପ୍ରଦେଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବ୍ରଜରାଜନଗର କୁ ୨୦୧୩ ମୁନିସିପାଲିଟି ନିର୍ବାଚନ ରେ ଆସିଥିଲେ l ୨୦୧୩ ରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପୁର୍ଣ ହେଇ ନାହିଁ l ବର୍ତ୍ତମlନ ୨୦୨୩ ରେ ମୁଖ୍ୟମନ୍ତ୍ରୀ ନିଜ ଏଜେଣ୍ଟ କୁ ବ୍ରଜରାଜନଗର ପଠାଉଛନ୍ତି ତେଣୁ ବ୍ରଜରାଜନଗର ଆଗମନ ପୂର୍ବରୁ ବ୍ରଜରାଜନଗର ଜନସାଧାରଣ ଙ୍କ ପ୍ରଶ୍ନ ର ଉତ୍ତର ଦିୟନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ଏଜେଣ୍ଟ ? ଶ୍ରୀଯୁକ୍ତ ଷଡ଼ଙ୍ଗୀ ୫ଟି ସଚିବ ଙ୍କୁ 16 ଟି ପ୍ରଶ୍ନ ପଚାରିଛନ୍ତି :- 

ଓରିଏଣ୍ଟ ପେପେର ମିଲ ଖୋଲିବା ପାଇଁ ଓଡିଶା ସରକାର ଏବଂ ମିଲ କତୃପକ୍ଷ ଙ୍କ କୋଣସି ଆନ୍ତରିକତା ଦିସୁ ନାହିଁ l ବିଗତ 24 ବର୍ଷ ହେଲା ମିଲ ବନ୍ଦ ଅଛି ଏବଂ ବିଭିନ ଯନ୍ତ୍ରପାତି କୁ scrap ନା ରେ ବିକିବା ପାଇଁ କମ୍ପାନୀ ଦ୍ୱାରା ବାରମ୍ବାର ଚେଷ୍ଟା କରାଯାଇଛି l ସ୍ଥାନୀୟ ବାସିନ୍ଦାଙ୍କ ତୀବ୍ର ବିରୋଧ ପାଇଁ ଏହା ଆଜି ପର୍ଯ୍ୟନ୍ତ ସଫଳ ହେଇ ପାରିଲା ନାହିଁ ଏବଂ ଆଜି ବି ବ୍ରଜରାଜନଗର ଲୋକଙ୍କର ଦାବି ବିଭିନ ଯନ୍ତ୍ରପାତି କୁ scrap ନାରେ  ବିକି ଦେବୁ ନାହିଁ l

କମ୍ପାନୀ ବର୍ତମାନ ତାର ନିଜ ମାଲିକାନା ଜମି ଏବଂ ସମ୍ପତି କୁ ବିକ୍ରି କରୁଛି କିନ୍ତୁ ସରକାରଙ୍କ ଠାରୁ lease ରେ ନେଇଥିବା ଜମି କୁ ନିଜ ଅକ୍ତିଆର ରେ ରଖିଛି l ଏହି କମ୍ପାନୀ କୁ ଖୋଲିବା ପାଇଁ ଯଦି କୋଣସି ଯୋଜନା ନାହିଁ ତେଣୁ ବ୍ରଜରାଜନଗର ରେ କମ୍ପାନୀ lease ଜମି ସରକାର କୁ ଫେରାଇ ଦଉ ଏବଂ ଯଉ ବାସହୀନ ଲୋକ ମାନେ କମ୍ପାନୀ ର ଭଙ୍ଗା ରୁଜା କ୍ୱାର୍ଟଏର ରେ ରହୁଛନ୍ତି ଓଡିଶା ସରକାର ତାଙ୍କୁ 4 ଡିସ୍ମିଲ ଜମି ଏବଂ ଜମି ପଟା ଦଉ

24 ବର୍ଷ ର ସରକାର ରେ ଆଜି ପର୍ଯ୍ୟନ୍ତ ଇବ ନଦୀ ରେ କୋଣସି Check dam ହେଇ ପାରିଲା ନାହିଁ କାହିଁକି ?

ବ୍ରଜରାଜନଗର ବାସି ଆଜି ବି କୋଣସି ରୋଗ କିମ୍ବା accident ହେଇଗଲେ ଚିକିତ୍ସା ପାଇଁ ବୁର୍ଲା କିମ୍ବା ଭୁବନେଶ୍ୱର ଯାଉଛନ୍ତି l 24 ବର୍ଷ ର ଗୁଣ ଗାଉଥିବା ସରକାର ଆଜି ପର୍ଯ୍ୟନ୍ତ ବ୍ରଜରାଜନଗର ରେ କୋଣସି multispeciality ହସ୍ପିଟାଲ ଖୋଲି ପାରିଲା ନାହିଁ କାହିଁକି ?

ପ୍ରତ୍ୟେକ ବର୍ଷ ମିଛ ପ୍ରତିଶୃତି ଦେଉଥିବା ବିଜୁ ଜନତା ଦଳ ସରକାର ଆଜି ପର୍ଯ୍ୟନ୍ତ ବ୍ରଜରାଜନଗର କୁ ଗୋଟିଏ ବସ ଷ୍ଟାଣ୍ଡ ଦେଇ ପାରିଲା ନାହିଁ କାହିଁକି ?

24 ବର୍ଷ ସରକାର ରେ ଥାଇକି ମଧ୍ୟ ବ୍ରଜରାଜନଗର ରେ ସ୍ଥାଇ ମାର୍କେଟ ହେଇ ପାରିଲା ନାହିଁ କାହିଁକି ?

ବ୍ରଜରାଜନଗର ସହିତ ସାରା ଓଡିଶା ର ଆଇନ ଶୁଙ୍ଖର୍ଲା  ପରିସ୍ତିଥି ବିପର୍ଯ୍ୟସ୍ତ l ଆଇନ ଶୁଙ୍ଖର୍ଲା ପରିସ୍ତିଥି କୁ ଦୁରୁସ୍ତ କରିବା ପାଇଁ ଏହି 24 ବର୍ଷ ର ବିଜୁ ଜନତା ଦଳ ସରକାର ପଦକ୍ଷେପ ନଉ ନାହାନ୍ତି କାହିଁକି ?

ନବୀନ ସରକାର ସ୍ଥାନୀୟ ଯୁବକ ମାନଙ୍କୁ ରୋଜଗାର ଏବଂ ଟ୍ରେନିଙ୍ଗ ପାଇଁ ଆଜି ପର୍ଯ୍ୟନ୍ତ ବ୍ୟବସ୍ତା କରି ପାରିଲେ ନାହିଁ କାହିଁକି ?

2013 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରଜରାଜନଗର ରେ ଆସିକି ଓରିଏଣ୍ଟ ପେପେର ମିଲ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ ଆଜି 10 ବର୍ଷ ପରେ ତାଙ୍କ ଏଜେଣ୍ଟ କୁ ପଠାଉଛନ୍ତି, ପୁନର୍ବାର ବ୍ରଜରାଜନଗର ବାସୀଙ୍କୁ ବୋକା ବନେଇବା ପାଇଁ କି ?

ସ୍ୱାସ୍ଥ୍ୟ ମନ୍ତ୍ରୀ ଆସିକି ବେଲପାହାଡ ରେ 50 bedded ହସ୍ପିଟାଲ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ହସ୍ପିଟାଲ ଖୋଲା ଯାଇ ପାରିଲା ନାହିଁ କାହିଁକି ?

24 ବର୍ଷ ର ସରକାର ରେ ଆଜି ପର୍ଯ୍ୟନ୍ତ ଲଖନପୁର ବ୍ଲକ ବିଭାଜନ ହେଇପାରିଲା ନାହିଁ କାହିଁକି ?

24 ବର୍ଷ ର ସରକାର ରେ ହୀରାକୁଦ ବିସ୍ଥାପିତ ଙ୍କ ସମସ୍ୟା ସମାଧାନ ହେଇ ପାରିଲା ନାହିଁ କାହିଁକି ?

24 ବର୍ଷ ର ସରକାର ରେ ଆଜି ପର୍ଯ୍ୟନ୍ତ ଲଖନପୁର ବ୍ଲକ ରେ ଶୀତଲ ଭଣ୍ଡାର (Cold Storage) ହେଇ ପାରିଲା ନାହିଁ କାହିଁକି ?

ବେଧଡକ ଭାବେ ହଉଥିବା ଗୋରୁଚାଲାଣ ଉପରେ 24 ବର୍ଷ ର ଅପାରଗ ସରକାର ରୋକ ଲଗେଇ ପାରିଲା ନାହିଁ କାହିଁକି ?

* ଚଣ୍ଡୀ ମନ୍ଦିର, ଗୁଜl ପାହାଡ଼, ବିକ୍ରମଖୋଲ, କୋଇଲିଗୁଗର କୁ ECO tourism ଘୋଷଣା କରାଗଲା ନାହିଁ କାହିଁକି ?

* ଓଡିଶା ରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରା ଯାଇଛି କାହିଁକି ? ଛାତ୍ର ମାନଙ୍କ ଭିତରେ leadership quality ଖତମ କରିବା ପାଇଁ ଓଡିଶା ସରକାର କଣ ପାଇଁ ଚାହୁଁଛନ୍ତି ?

ଶ୍ରୀଯୁକ୍ତ ଷଡ଼ଙ୍ଗୀ ନବୀନ ପଟନାୟକ ନେତୃତ୍ବ ରେ ଚାଲୁଥିବା ବିଜୁ ଜନତା ଦଳ ସରକାର ର ଭ୍ରଷ୍ଟାଚାରୀ ଏବଂ ଦମନକାରୀ ନୀତି କୁ ତୀବ୍ର ବିରୋଧ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ VK ପାଣ୍ଡିଆନ ଙ୍କ ଗସ୍ତକୁ ମଧ୍ୟ ତୀବ୍ର ବିରୋଧ କରିବା ପାଇଁ ଜନସାଧାରଣ ଙ୍କୁ ଆହ୍ବାନ କରିଥିଲେ l 

ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ମନିସ ପଟେଲ ନିଜ ୱାର୍ଡ ରେ ଥିବା ଓରିଏଣ୍ଟ ପେପେର ମୀଲ ର ସମସ୍ୟା ଉପରେ କଥା ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରୁକମନ ଧୁରୁଆ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର  ବରିଷ୍ଟ ନେତା ଶ୍ରୀଯୁକ୍ତ ଅନିଲ କୁମାର ନାୟକ, ଶ୍ରୀଯୁକ୍ତ ନବୀନ ସିଂ, ଶ୍ରୀଯୁକ୍ତ ଅମରେନ୍ଦ୍ର ରାଏ, ଶ୍ରୀଯୁକ୍ତ ସୁଶୀଲ ପୁରୋହିତ ଅଂଚଳ ର ବିଭିନ ସମସ୍ୟା କୁ ନେଇ ନିଜ କଥା ଉପସ୍ଥାପିତ କରିଥିଲେ ଏବଂ VK ପାଣ୍ଡିଆନ ଙ୍କ ଗସ୍ତ କୁ ତୀବ୍ର ବିରୋଧ କରିବା ପାଇଁ ଆହ୍ବାନ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done