ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଡାକ୍ତର ଦିବସ ପାଳନ....ଆଜି ଜୁଲାଇ ଏକ ତାରିଖ ଆନ୍ତର୍ଜାତୀୟ ଡାକ୍ତର ଦିବସ ,ଏହି ଦିବସ ଡାକ୍ତର ମାନଙ୍କ ସ୍ୱେଚ୍ଛା କୃତ ସେବା କୁ ସ୍ମରଣ ନିମନ୍ତେ ଇ ଜେ ଭି ଗତ 7ବର୍ଷ ଧରି ପାଳନ କରିଆସୁଛି,ଡାକ୍ତର ମାନେ କୋଭିଡ୍ ହେଉ କି ଅନ୍ୟ ମହାମାରୀ ହେଉ ସବୁସମୟରେ ନିଜକୁ ରୋଗୀଙ୍କ ସେବାରେ ନିଜକୁ ସମର୍ପିତ କରିଥାନ୍ତି,ଏହି ଅବସର ରେ ଆଜି ବିଶ୍ଵ ପ୍ରସିଦ୍ଧ ତଥା ପ୍ରଧାନ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଏକ ଟଙ୍କିଆ କ୍ଲିନିକ୍ ଡାକ୍ତର ଶଙ୍କର ରାମଚନ୍ଦାନୀ, ଟି ଆର ଏଲ୍ ନିର୍ଦ୍ଦେଶକ ଡ଼ା ତୁଷାର କାନ୍ତି ଦାଶ, ନାରିରୋଗ ବିଶେଷଜ୍ଞ ଡା ବବିତା ରମଣୀ,ଆୟୁଷ ଚିକିତ୍ସକ ଡ଼ା ଦିବେନ୍ଦୁ ସାହୁ, ଡ଼ା ତପନ ଘଡେ଼ଇ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା, ଏହି ଅବସରରେ ଡ଼ା ଦାସ ପ୍ରାରମ୍ଭ ରେ ରୋଗୀ,ରୋଗ, ଓ ଉପଚାର ବିଷୟ ରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଅଭିଭାଷଣ ଦୁରା ମନମୁଗ୍ଧ କରିଦେଇଥିଲେ,ପରେ ପରେ ଡ଼ା ରାମଚନ୍ଦନୀ ନିଜ ସମାଜ ସେବା ଓ ସଂକଳ୍ପ ବଧ ଓ କର୍ତ୍ତବ୍ୟ ପରାୟଣ ବିଷୟ ରେ ଅବଲୋକନ କରିଥିଲେ, ଡ଼ା ବବିତା ରମଣୀ,ଡ଼ା ସାହୁ,ଡ଼ା ଘଡେ଼ଇ ରୋଗର ର କାରଣ ଓ ଉପଚାର ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ,ଏହି ଅବସର ରେ ସ୍ଵାଗତ ଭାଷଣ ମାନସୀ ପଣ୍ଡା ପ୍ରଦାନ କରିଥିବା ବେଳେ,ମଞ୍ଚ ସଞ୍ଚାଳନ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ କରିଥିଲେ,ମୁଖ୍ୟ ଭାବେ ଡ଼ା ମୀନା ସୋନି ପରିଚୟ ପ୍ରଦାନ କରିଥିଲେ,ଏହି କାର୍ଯ୍ୟ କ୍ରମ ରେ ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ,ବଲଗୋବିନ୍ଦ ମିଶ୍ର, ହିରଲାଲଲୋକ ଚନ୍ଦାନୀ,ପ୍ରଶାନ୍ତ ନନ୍ଦ,ନରେନ୍ଦ୍ର ପଣ୍ଡା,ସ୍ଵର୍ଣ୍ଣ ମୟୀ ପୁରୋହିତ, ମେହେବୁବ୍ ମେହେଟା,ତପନ ବାରିକ,ସନ୍ଦୀପ ଆବସ୍ତି,ତାପସ ରାୟଚୌଧୁରି,ମନ୍ଦାକିନୀ ଶତପଥୀ,ଚୁନିଲାଲ କାକାନି,ମୁକେଶ ତିୱାରୀ,ସତପାଲ ସିଂ, ଓ ଆହୁରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଡାକ୍ତର ଙ୍କ ଅଭିଭାଷଣ ଶୁଣି ନିଜ ନିଜ ର ଉପଚାର ବିଷୟ ରେ ପଚାରି ବୁଝିଥିଲେ, ଏହିକର୍ଯ୍ୟକ୍ରମ କୁ ଇ ଜେ ଭି ଫାଉଣ୍ଡେସନ ଅଞ୍ଜଳି ପଟ୍ଟନାୟକ,ସଂଯୁକ୍ତା ମେହେର,ଜ୍ୟୋତିର୍ମୟୀ ବେହେରା,ମଞ୍ଜୁଳା ବେହେରା,ଉମା କେଡିଆ,ଗଙ୍ଗାଧର ମେହେର, ହାରମିତ ସିଂ,ସୁଶାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ରାଜେଶ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ
0 Comments