ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ର ମିଳିତ ଆନୁକୂଲ୍ୟରେ କୋଲାବିରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ 7 ତାରିଖରୁ ଆରମ୍ଭ ହୋଇଥିବା 74 ତମ ବନ ମହୋତ୍ସବ ଆଜି ଶେଷ ହୋଇଛି l, ପ୍ରଥମ ଦିନରେ ମହାବିଦ୍ୟାଳୟର ମୁଖ୍ୟ ଶ୍ରୀ ସୁଶୀଲ କୁମାର ନାୟକ ଅଧ୍ୟକ୍ଷତାକରିଥିଲେ l ଜାତୀୟ ସେବା ଯୋଜନା ର ସଂଯୋଜକ ଡ଼. ନରେଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି କୋଲାବିରା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ହରିହର ପାତ୍ର ବିଦ୍ୟାର୍ଥୀ ମାନଙ୍କୁ ଜଙ୍ଗଲ, ପରିବେଶ, ବନ୍ୟପ୍ରାଣୀ, ମୃତ୍ତିକା ଓ ମଣିଷ ସମାଜ ମଧ୍ୟରେ ସମ୍ପର୍କ, ସମତୁଲତା ଇତ୍ୟାଦି ବିଷୟରେ ଗଭୀର ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ କଲେଜର ସହସ୍ରାଧିକ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ରେଡ଼କ୍ରସ ସଂଯୋଜକ ସରୋଜ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରବର୍ତୀ ପର୍ଯାୟରେ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କଦ୍ୱାରା ସାମୁହିକ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ନୃପରାଜ ଭୋଇ ,ଲବ ପଧାନ ,ସନ୍ଧ୍ୟାରାଣୀ ପୂଝlରୀ ,ସସ୍ମିତା ବେହେରା ,ସରିତା ବେହେରା ,ନମିତା ପଟେଲ ,ରୋହିତ ଖରସେଲ ,ରିତୁପର୍ଣ୍ଣ ଧୁରୁଆ ,ସୁମନ୍ତ ପଟେଲ ଓ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l
0 Comments