ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା 'ମୋ ଘର ଯୋଜନା' ପାଇଁ ଚଳିତ ଜୁନ୍ ମାସ ୧୬ତାରିଖରୁ ଆବେଦନ ଗ୍ରହଣ କରାଯାଉଛି। ଆବେଦନକାରୀମାନେ କିପରି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ସେଥି ସକାଶେ ସମ୍ପୃକ୍ତ ବିଭାଗୀୟ ଅଧକାରୀ ଓ ବ୍ୟାଙ୍କ ଅଧିକାରୀମାନଙ୍କର ପ୍ରଶିକ୍ଷଣ ବୈଠକ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଜଛି। କଚ୍ଚା ଘରେ ବା ଗୋଟିଏ ବଖରା ଛାତ ଘରେ ରହୁଥିବା ପରିବାର, ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିବା ବା ୭୦ହଜାର ଟଙ୍କାରୁ କମ୍ ସହାୟତା ପାଇଥିବା ପରିବାର, ମାସିକ ୨୫ହଜାର ଟଙ୍କାରୁ କମ୍ ଆୟ କରୁଥିବା ପରିବାର, ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରି ଚକିଆ ମୋଟର ଗାଡ଼ି ରଖିନଥିବା ପରିବାର , କୌଣସି ସରକାରୀ/ବେସରକାରୀ ଉଦ୍ୟୋଗରେ ନିୟମିତ କିମ୍ବା ପେନସନଭୋଗୀ କର୍ମଚାରୀନଥିବା ପରିବାର, ପାଞ୍ଚ ଏକର ଜଳସେଚିତ କିମ୍ବା ପନ୍ଦର ଏକର ଅଣଜଳସେଚିତ ଜମିରୁ କମ୍ ଜମିଥିବା ପରିବାର ମୋ ଘର ଯୋଜନାରେ ସୁବିଧା ପାଇପାରିବେ। ଆବେଦନକାରୀ RH ପୋର୍ଟାଲ ମାଧ୍ୟମରେ କିମ୍ବା ମୋ ସେବା କେନ୍ଦ୍ରରେ ଆବେଦନ କରିପାରିବେ। ଏହି ଯୋଜନାରେ ଏକ ଲକ୍ଷ , ଦେଢ଼ ଲକ୍ଷ , ଦୁଇ ଲକ୍ଷ ଓ ତିନି ଲକ୍ଷ ଚାରି ପ୍ରକାରର ଋଣ ନୂତନ ଗୃହର ନିର୍ମାଣ/ ସମ୍ପ୍ରସାରଣ/ସମ୍ପୂର୍ଣ୍ଣକରଣ/
ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ । ଯୋଜନାରେ ଏସ୍ ସି / ଏସ୍ ଟି/ ଭିନ୍ନକ୍ଷମ ମୁଖ୍ୟ ପରିବାରଙ୍କ ନିମନ୍ତେ ଅତିରିକ୍ତ ସବ୍ସିଡି ବ୍ୟବସ୍ଥା କରାଯାଇଥିବା ବେଳେ ରେଜିଷ୍ଟ୍ରେସନ ଖର୍ଚ୍ଚ , ଷ୍ଟାମ୍ପ ଡ୍ୟୁଟି, ଆଇନ ପରାମର୍ଶ ଫି ଇତ୍ୟାଦି ଛାଡ଼ କରାଯାଇଛି। ଯୋଜନା ସମ୍ବନ୍ଧରେ ବିସ୍ତୃତ ସୂଚନା www. rhodisha.gov. in. mogharaରେ ଉପଲବ୍ଧ। ଯୋଜନାର ସଫଳ କାର୍ଯ୍ୟକାରିତା ସକାଶେ ବ୍ୟାଂକମାନଙ୍କର ସହଯୋଗ କାମନା କରାଯାଇଛି। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ) ଲଙ୍କେଶ୍ୱର ଅମାତ , ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ସବ-ରେଜିଷ୍ଟ୍ରାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତହସିଲଦାର ଓ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।
0 Comments