ଏସ୍ଏମ୍‌ସି କମ୍ପାନିର ବେଆଇନ କାର୍ଯ୍ୟକଳାପ ନେଇ ଘନ ଘନ ଅଭିଯୋଗ ହେବା ପରେ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ।


 ଜିଲ୍ଲାର ଝାରସୁଗୁଡ଼ା ସଦର ବ୍ଲକ ବଡ଼ମାଳସ୍ଥିତ ଏସ୍ଏମ୍‌ସି କମ୍ପାନିର ବେଆଇନ କାର୍ଯ୍ୟକଳାପ ନେଇ ଘନ ଘନ ଅଭିଯୋଗ ହେବା ପରେ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ଗୁରୁବାର ଦିନ ଉପ ଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏକ ଟିମ୍ ଏସ୍ଏମ୍‌ସି କାରଖାନା ଓ ଏହାର ଆଖପାଖ ଅଞ୍ଚଳ ବୁଲି ଦେଖିବା ପରେ ସମସ୍ତ ଅଭିଯୋଗର ପ୍ରମାଣ ସଂଗ୍ରହ କରିଛନ୍ତି। ଏସ୍ଏମ୍‌ସି କମ୍ପାନି ପ୍ରାକୃତିକ ନାଳା ଜବରଦଖଲ କରିବା ସାଙ୍ଗକୁ ଭୂମି, ଜଳ ଓ ବାୟୁ ପ୍ରଦୂଷିତ କରୁଥିବା ନେଇ ଟିମ୍ ପ୍ରାଥମିକ ସର୍ଭେରୁ ପ୍ରମାଣ ପାଇଛନ୍ତି। ଏହି ସର୍ଭେର ପ୍ରୋସିଡିଂ ପ୍ରସ୍ତୁତ ହେବା ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏସ୍ଏମ୍‌ସିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଏହା ବ୍ୟତୀତ ପ୍ରାକୃତିକ ନାଳା ପୋତିବା ମାମଲାରେ ବି ପ୍ରମାଣ ମିଳି ଥିବାରୁ ଏହାର ପୁନଃ ସର୍ଭେ ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done