ଲଖନପୁର ବ୍ଲକର ଦଶମ ଶ୍ରେଣୀ ଛାତ୍ରୀ ଡିଲେଶ୍ବରୀ ଙ୍କୁ ରାଜ୍ୟ ଉପସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓଡିଶା ପ୍ରଦେଶ ତାଙ୍କ ଘରକୁ ଯାଇ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି


 ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ତିଲିଆ ପଞ୍ଚାୟତ ଚାରମାଲ ଗାଁର ଡିଲେଶ୍ବରୀ ଚାନ୍ଦ ଦଶମ ଶ୍ରେଣୀର କୋମଳମତି କୁନିଛୁଆ ରୋଗଣା ଶଯ୍ୟାଶାୟୀ ପିତାମାତାଙ୍କ ନିୟମିତ ସେବା କରିଆସୁଛି। ଘର ଚଳଣି ତଥା ମୋ ପାଠପଢ଼ା କଥା ଭାବିଲା ବେଳକୁ ଆଖିରେ ନିଦ ନାହିଁ ଖାଲି ହୃଦୟ କୋରଡ଼ରୁ ରକ୍ତ ନିଗୁଡ଼ିଛି ଏବଂ ଚଉଦିଗରେ ଅନ୍ଧକାର ଛାଇ ଯାଉଛି। କଣ କରିବି ନ କରିବି ଚିନ୍ତା କରି କରି ମାନସିକ ଚାପରେ ଦିନ କାଟୁଛିଆମକୁ ଏ ବିପତ୍ତି ସମୟରେ ଯଦି ହାତ ଧରି ଆପଣ ନ ଟାଣନ୍ତି ତେବେ ମୃତ୍ୟୁ ଛଡ଼ା ଅନ୍ୟ ବିକଳ୍ପ ଆମ ପାଖରେ ନାହିଁ। ତେବେ ମୋର କିଛି ଭୁଲ୍ ଥିଲେ କ୍ଷମା କରିଦେବେ।’ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଏକ କୋହଭରା ଚିଠି ଲେଖିଥିଲେ l ଫଟାପାଲି ଅର୍ଜୁନ ଗୁପ୍ତା ଗାର୍ଲସ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଡିଲେଶ୍ଵରୀଙ୍କ ବାପା ଓପିଜିସିରେ ଜଣେ ଠିକା ଶ୍ରମିକ ଭାବରେ କାମ କରୁଥିଲେ। ଉଚ୍ଚରକ୍ତଚାପ ଯୋଗୁଁ ତାଙ୍କର ମସ୍ତିଷ୍କ ପକ୍ଷାଘାତ ହୋଇଥିଲା l ଡିଳେଶ୍ୱରୀ ଙ୍କ ବାପା ର ମସ୍ତିଷ୍କ 

ଅସ୍ତ୍ରୋପଚାର ପରଠାରୁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି।


ମାସିକ ୬ ହଜାର ଟଙ୍କାର ଔଷଧ ଖାଉଛନ୍ତି। ୧୦ ବର୍ଷ ହେବ ମାଆ ଗଣ୍ଠିବାତ ଓ ଥାଇରଏଡ୍‌ରେ ପୀଡ଼ିତ ସେ ବି ମାସିକ ୩ ହଜାର ଟଙ୍କାର ଔଷଧ ଖାଉଛନ୍ତିଏବେ ତାଙ୍କର ଗୋଡ଼ ଭାଙ୍ଗିଯାଇଛି l ଅସ୍ତ୍ରୋପଚାର ଦରକାର ବୋଲି ଡାକ୍ତର କହିଛନ୍ତି। ଡିଲେଶ୍ଵରୀଙ୍କ ବାପାଙ୍କ କହିବାନୁସାରେ, ଲକ୍ଷାଧିକ ଟଙ୍କା ଋଣ କରି ଔଷଧ ଖାଇବା ପରେ ଆଉ କେହି ଧାର ଉଧାର ଦେଉନାହାନ୍ତି | ଡିଲେଶ୍ବରୀ ବାବଦ ରେ ଏହି କଥା ଶୁଣିବା ପରେ ଶ୍ରୀଯୁକ୍ତ ବିଶ୍ୱଜିତ ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓଡିଶା ପ୍ରଦେଶ ତାଙ୍କ ଘରକୁ କୁ ଯାଇ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଭବିଷ୍ୟତ ରେ କିଛି ଅସୁବିଧା ହେଲେ ନିଜ ସକ୍ଷମତା ହିସାବ ରେ ସବୁ ବେଳେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ଡିଲେଶ୍ବରୀ କୁ ସେ କହିଛନ୍ତି ଯେ କିଛି ସୁବିଧା ଅସୁବିଧା ହେଲେ ଫୋନେ ମାଧ୍ୟମ ରେ ଜଣେଇବା ପାଇଁ l ଶ୍ରୀଯୁକ୍ତ ଷଡ଼ଙ୍ଗୀ ଙ୍କ ସହିତ ମୋହନ ବାଗ, ଧନେସ ବିଶ୍ୱାଳ, ନରେଶ ଚାନ୍ଦ, ଦୁର୍ଯ୍ୟୋଧନ ଗନୀକ ଉପସ୍ତିତଃ ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done