ପରିବାର ସହ ଭୋଟ ଦେଲେ ଦିପାଳୀ । କହିଲେ ଝାରସୁଗୁଡ଼ା ବାସୀ ଆଶୀର୍ବାଦ କଲେ ବହୁ ଭୋଟରେ ଜିତିବୁ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ନିଜର ପ୍ରିୟନେତା ବାଛୁଛନ୍ତି ଝାରସୁଗୁଡ଼ାବାସୀ । ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥଲା । ସକାଳ ୯ ଟା ସୁଦ୍ଧା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇ ସାରିଥିବା ବେଳେ ସରବାହାଲରେ ୩୩ ନମ୍ବର୍ ବୁଥରେ ନିଜ ପରିବାର ସହ ଭୋଟ ଦେଇଥିଲେ ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସ । ଭୋଟ ଦେଇ ସାରିବା ପରେ ଦିପାଳୀ କହିଛନ୍ତି ଝାରସୁଗୁଡ଼ାବାସୀ ସଠିକ୍ ପ୍ରାର୍ଥୀଙ୍କୁ ବାଛିବେ । ନୂତନ ଝାରସୁଗୁଡ଼ା ନିର୍ମାଣ ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ବହୁତ୍ ନୂଆଁ ଭୋଟର୍ ମାନଙ୍କୁ ଭେଟିଛି, ସମସ୍ତେ ଗଣତନ୍ତ୍ରର ପର୍ବରେ ସାମିଲ ହେବାକୁ ଉତ୍ସାହିତ ଥିଲେ । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ମୋ ବାପାଙ୍କୁ ଯେଉଁ ମାନେ ଭଲ ପାଉ ଥିଲେ ସେମାନଙ୍କ ପାଇଁ ଏହା ଏକ ଦୁଃଖଦ ସମୟ ଅଟେ ବୋଲି ସେ କହିଥିଲେ । ସମସ୍ତ ଝାରସୁଗୁଡ଼ା ବାସୀଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବା ପାଇଁ ଅପିଲ କରିଥିଲେ ଦିପାଳୀ ଦାସ । ଏହା ସହିତ ଦିପାଳୀ କହିଥିଲେ ଯେ ବାପା ଏହି ଆସନରେ ୩ ଥର ବିଧାୟକ ହୋଇଛନ୍ତି । ୨୦୧୯ ନିର୍ବାଚନରେ ମଧ୍ୟ ବାପା ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ମୋ ଉପରେ ବାପାଙ୍କ ଆଶୀର୍ବାଦ ଓ ଝାରସୁଗୁଡ଼ାବାସୀ ଙ୍କ ଆଶୀର୍ବାଦ ରହିଛି ତେଣୁ ଅଧିକା ଭୋଟରେ ଜିତିବୁ ବୋଲି ଆଶା ଅଛି । ୩ ଦଳ ଯୁବ ପ୍ରାର୍ଥୀ ଦେଇଛନ୍ତି । ତେଣୁ ଯୁବବର୍ଗ ସଠିକ୍ ପ୍ରାର୍ଥୀଙ୍କୁ ବାଛିବେ । ବିଜେଡି ପୂର୍ବରୁ ଭଲ ଭୋଟ ରେ ଜିତିଛି ତେଣୁ ଏହି ନିର୍ବାଚନରେ ମଧ୍ୟ ଅଧିକ ଭୋଟରେ ଜିତିବୁ ବୋଲି ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସ କହିଥିଲେ ।
0 Comments