ଲଘୁଶସ୍ୟ ଉପାଦେୟତା ଓ ବିଶ୍ୱ ପରିବେଶ ଦିବସ ସଚେତନତା ରଥ ଶୁଭାରମ୍ଭ


 ଆଗାମୀ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜନସାଧାରଣଙ୍କ ମଧ୍ୟରେ ଲଘୁଶସ୍ୟର ଉପାଦେୟତା ଓ ବିଶ୍ୱ ପରିବେଶ ଦିବସ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ  ସଚେତନତା ରଥର ଶୁଭାରମ୍ଭ ହୋଇଛି।

କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅନ୍ତର୍ଭୁକ୍ତ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ  ଆୟୋଜିତ ସଚେତନତା ରଥକୁ ଅତିରିକ୍ତ  ଜ଼ିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ ଓ ଅତିରିକ୍ତ ଜ଼ିଲ୍ଲାପାଳ ( ରାଜସ୍ବ ) ଲଙ୍କେଶ୍ୱର ଅମାତ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଜନସାଧାରଣଙ୍କ ମଧ୍ୟରେ  ମିଲେଟର ଉପାଦେୟତା  ସମ୍ପର୍କରେ  ବ୍ୟାପକ ପ୍ରଚାର ପ୍ରସାର  ପାଇଁ ମିଲେଟ ମିଶନର କାର୍ଯ୍ୟକର୍ତ୍ତାମାନଙ୍କୁ  ପରାମର୍ଶ ଦେଇଥିଲେ l  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ  ବଳଦେବ ମହାପାତ୍ର,  ଓଡିଶା ମିଲେଟ ମିଶନ ଜ଼ିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ  ଟିକେଶ୍ୱର ବେହେରା, ସ୍ବେଚ୍ଛାସେବୀ ଅନୁଷ୍ଠାନ  ଆଜକା, ସେୱା ଓ ସେବକର କର୍ମକର୍ତ୍ତାଙ୍କ ସମେତ ସହିତ ଅନ୍ୟାନ୍ୟ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ l ସେବକ ଅନୁଷ୍ଠାନ ମାଧ୍ୟମରେ  ପରିଚାଳନା କରାଯାଉଥିବା ସଚେତନତା ରଥ  ଜ଼ିଲ୍ଲାର ସମସ୍ତ ବ୍ଲକ ପରିଭ୍ରମଣ କରି କୃଷକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଲଘୁଶସ୍ୟର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବ l

ଉଲ୍ଲେଖଯୋଗ୍ୟ,  ଲଘୁଶସ୍ୟର ଗୁରୁତ୍ୱକୁ ଉପଲବ୍ଧି କରି  ମିଳିତ ଜାତିସଙ୍ଘ ଦ୍ୱାରା ୨୦୨୩କୁ  ଲଘୁଶସ୍ୟ ବର୍ଷ ଭାବରେ ଘୋଷଣା କରାଯାଇଛି।   ଆଗାମୀ ଦିନରେ ଜନ ସମୁଦାୟ ଲଘୁଶସ୍ୟକୁ ନିଜ ଖାଦ୍ୟ ଥାଳିକୁ ଆଣିବା ସକାଶେ  ଓ ଜଳବାୟୁ ପରିବର୍ତ୍ତନରେ ମିଲେଟର ଭୂମିକା ଉପରେ ଜନ ଜାଗରଣ ସୃଷ୍ଟି କରିବା  ସକାଶେ ସଚେତନତା କାର୍ଯ୍ୟକ୍ରମ ଉଦ୍ଦିଷ୍ଟ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done