ଦିପାଳିଙ୍କ ମଥାରେ ବିଜୟ ମୁକୁଟ।


 ବାପାଙ୍କ ରେକର୍ଡ ଭାଙ୍ଗିଲେ ଦିପାଳୀ । ୪୮୮୧୪ ଭୋଟ ବ୍ୟବଧାନରେ ହେଲେ ବିଜୟୀ । ଝାରସୁଗୁଡ଼ା ରେ ଶଙ୍ଖ ନାଦ । ଝାରସୁଗୁଡାରେ ବିଜେଡି ର ବଡ଼ ବିଜୟ । ଦିପାଳୀ ଙ୍କୁ ବାଛିଲେ ଝାରସୁଗୁଡ଼ାବାସୀ । ଝାରସୁଗୁଡ଼ା ବିଧାୟକ ଆସନକୁ ହାତେଇ ନେଇଛନ୍ତି ଦିପାଳୀ ଦାସ । ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସ ଝାରସୁଗୁଡ଼ା ଗଡ ରେ ବିଜୟ ବାନା ଉଡେଇଛନ୍ତି । ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ହୋଇଥିବା ଭୋଟ ର ଗଣତି ଶେଷ ହୋଇଯାଇଛି । ଭୋଟ ଗଣତି ଶେଷ ରାଉଣ୍ଡ ରେ ଦିପାଳୀ ଦାସ ବିଜୟୀ ହୋଇଛନ୍ତି । ଦିପାଳୀ ଦାସଙ୍କୁ ଝାରସୁଗୁଡ଼ାବାସୀ ନିଜର ବିଧାୟକ ରୂପରେ ବାଛିଛନ୍ତି । ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲା କିଏ ଝାରସୁଗୁଡ଼ା ଉପ ନିର୍ବାଚନ ଜିତିବ ବୋଲି ତେବେ ଏହି ପ୍ରଶ୍ନର ଅନ୍ତ ଘଟିଥିବା ବେଳେ ଦିପାଳୀ ଦାସ ଉପ ନିର୍ବାଚନ ରେ ସମସ୍ତ ଦଳକୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ଦିପାଳୀ ୪୮୮୧୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଯେମିତିକି ଦିପାଳୀ ଦାସ କହୁଥିଲେ ଝାରସୁଗୁଡ଼ାବାସୀଙ୍କ ସମର୍ଥନ ରହିବ ଶେଷରେ ସେଇଆ ହୋଇଛି । ଦିପାଳୀ ବହୁ ସଂଖ୍ୟାରେ ବିଜୟୀ ହୋଇଛନ୍ତି । ଦିପାଳୀ ଆଗରୁ କହିଥିଲେ ଝାରସୁଗୁଡ଼ାବାସି ସମର୍ଥନ କଲେ ସେ ନିଶ୍ଚିନ୍ତ ଭାବରେ ବିଜୟୀ ହେବେ । ଏବଂ ଝାରସୁଗୁଡ଼ାବାସଙ୍କ ସମର୍ଥନ ତାଙ୍କ ପ୍ରତି ରହିଲା । ସେ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done