ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ମେ ୧୦ରେ ହେବ ଭୋଟ ଗ୍ରହଣ ।
ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ବିଜେଡି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ଝାରସୁଗୁଡ଼ା କୁ ବିଜେଡି ପକ୍ଷରୁ ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଲି ଦାସ ଙ୍କୁ ମିଳିଛି ପ୍ରାର୍ଥୀପତ୍ର । ପ୍ରଥମେ ବିଜେଡି ଘୋଷଣା କଲା ନିଜର ପ୍ରାର୍ଥୀଙ୍କ ନାଁ । ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ନବ ଦାସଙ୍କ ବିୟୋଗ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଥିଲା । ଦୀର୍ଘ ଦୁଇ ମାସ ପରେ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ଇଲେକସନ୍ କମିଶନ୍ ଘୋଷଣା କରିଥିଲେ । ତେବେ ଉପ ନିର୍ବାଚନ ଘୋଷଣା ହେବା ପରେ ବିଜେଡି ପ୍ରଥମେ ନିଜର ପ୍ରାର୍ଥୀ ଭାବରେ ବିଧାୟକ ସ୍ବର୍ଗତ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ ଭାବରେ ଘୋଷଣ କରିଛି । ତେବେ ଆଉ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବ ତାହା ଏକ ବଡ ପ୍ରଶ୍ନବାଚୀ।
0 Comments