ଦଶବର୍ଷ ପୂର୍ବର ଆଧାରକାର୍ଡର ନବୀକରଣକରାଯିବ। ଆଧାରକାର୍ଡର ଅପବ୍ୟବହାରକୁ ରୋକିବା ସକାଶେ ସରକାରଙ୍କ ପକ୍ଷରୁ ବ୍ୟକ୍ତିଗତ ବିବରଣୀ ସହ ଅପଡେଟ କରାଯାଉଛି। ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ଭୁବନେଶ୍ୱରସ୍ଥିତ ୟୁଆଇଡିଏଆଇ ଡାଇରେକ୍ଟର କର୍ଣ୍ଣେଲ ପ୍ରଶାନ୍ତ କକ୍କର। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୂଚନା ଦେଇ କର୍ଣ୍ଣେଲ କକ୍କର ଆଧାର ପ୍ରାମାଣୀକିକରଣ ଯାଞ୍ଚରେ
ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ସଚେତନ କରାଯାଉଥିବାର କହିଛନ୍ତି। ନିକଟସ୍ଥ ଆଧାର କେନ୍ଦ୍ର ଓ ରାସନ ବିତରଣ କେନ୍ଦ୍ରରେ ଅପଡେଟ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ବୈଠକରେ ୟୁ ଆଇ ଡି ଏ ଆଇ ସହକାରୀ ପରିଚାଳକ ଏ.ଶ୍ରବଣ କୁମାର , ଡେପୁଟି କଲେକ୍ଟର ପି ବି ବାଗେ,ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ଯୋଗାଣ ଅଧିକାରୀ ବିଦୂର ଚନ୍ଦ୍ର ବଚ୍ଛେର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା , ପିଓ ବୃନ୍ଦାବତୀ ପଣ୍ଡା, ଡିଇଜିଏମ୍ ସୁନିତା ପଟେଲ ଓ ଶୀଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
0 Comments