ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଲେଖ ଘୁଟା ପ୍ରମୁଖ ଉପସ୍ଥିତ ଥିଲେ। ଭାତଲାଇଡ଼ା ପଞ୍ଚାୟତରୁ ମଦଭାଟି ସ୍ଥାନାନ୍ତର ଓ ଲଇକେରା ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ସମ୍ପର୍କିତ ଦୁଇଟି ସାମୁହିକ ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ଚିକିତ୍ସା ପାଇଁ ଆର୍ଥିକ ସହାୟତା , ବିଧବା ଭତ୍ତା , ରାସନ କାର୍ଡ , ଆବାସ ଯୋଜନା, ଜଙ୍ଗଲ ଜମି ପଟ୍ଟା, ନୂତନ ବିଦ୍ୟୁତ ଲାଇନ ସଂଯୋଗ,ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆର୍ଥିକ ଅନଗ୍ରସର ଛାତ୍ରଙ୍କୁ ପ୍ରୋତ୍ସାହନ, ଜମି ସୀମା ଚିହ୍ନଟ ଓ ଘରଡିହ ପାଇଁ ଆବେଦନ ସମ୍ପର୍କିତ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ଅଭିଯୋଗଗୁଡିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚିକିତ୍ସା ବାବଦକୁ ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୩ହଜାରଟଙ୍କା ଓ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଶିବିରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
0 Comments