ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଛି ରାଜ୍ୟ ସରକାର।


 ରାସ୍ତାରୁ ହଟିବେ ବୁଲା କୁକୁର । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।  ଏହା ସହିତ ରାଜ୍ୟରେ ବୁଲା କୁକୁର ବନ୍ଧ୍ୟାକରଣ କୁ ମଧ୍ୟ ଯୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇଦ୍ରାବାଦ ରେ ବୁଲା କୁକୁର ଆକ୍ରମଣରେ ଜଣେ ଶିଶୁ ର ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଆଖିରେ ରଖି ରାଜ୍ୟରେ ଏପରି କୌଣସି ଦୁର୍ଘଟଣା ନ ହେଉ ସେନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଭୁବନେଶ୍ୱର ସମେତ ରାଜ୍ୟ ର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ସମସ୍ତ ଜିଲ୍ଲା ରେ ଏପରି କୁକୁର କୁ ନେଇ କୌଣସି ନା କୌଣସି ଦୁର୍ଘଟଣା ଦେଖିବାକୁ ମିଳୁଛି । ଏତଦବ୍ୟତୀତ ଗାଡ଼ି ଆଗକୁ କୁକୁର ଆସିବା ଦ୍ବାରା ଗାଡ଼ି ଚାଳକ ଦୁର୍ଘଟଣା ର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ଏବଂ ରାଜ୍ୟ ର ସମସ୍ତ ଜିଲ୍ଲା କୁ ନିର୍ଦ୍ଦେଶ ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done