ନିଖୋଜ ହେବାର ଦୁଇ ବର୍ଷ ପରେ ସେଫଟି ଟାଙ୍କିରୁ ଉଦ୍ଧାର ହେଲା କଙ୍କାଳ


 ଦୁଇ ବର୍ଷ ପରେ ଫିଟିଲା ରହସ୍ୟ । ଘର ଖୋଳିବାରୁ ବାହାରିଲା ଖପୁରୀ ଓ ମୁଣ୍ଡ । ହତ୍ୟା ଅଭିଯୋଗରେ ପତ୍ନୀ ଏବଂ ଶଳାଙ୍କୁ ପୋଲିସ୍ କଲା ଗିରଫ । ଗତ ୨୦୨୦ ଜୁନ ମାସ ୧୬ ରୁ ନିଖୋଜ ଥିଲେ ବ୍ୟକ୍ତି । ବ୍ୟକ୍ତି ଜଣକ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଆମତାପାଲି ର ଡମ୍ବରୁଧର ପାତ୍ର । ଡମ୍ବରୁଧରଙ୍କ ନିଖୋଜ କୁ ନେଇ ତାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ନିଜର ତଦନ୍ତ ଜାରି ରଖିଥିଲା । ଶେଷରେ ଏହି ନିଖୋଜ ଘଟଣାର ରହସ୍ୟ ଲୋକଲୋଚନକୁ ଆସିଛି । କହିବାକୁ ଗଲେ ଏହା କେବେ ବି ନିଖୋଜ ଘଟଣା ନ ଥିଲା ଏହା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଥିଲା । ଯେଉଁଥିରେ ଡମ୍ବରୁଧରଙ୍କ ପତ୍ନୀ ଦମୟନ୍ତୀ ନାୟକ ନିଜେ ସାମିଲ୍ ଥିଲେ । ନିଜ ଭାଇ ଲମ୍ବୋଦର ନାୟକଙ୍କ ସହିତ ମିଶି ସେ ଡମ୍ବରୁଧରଙ୍କୁ ହତ୍ୟା କରି ମୃତ ଦେହକୁ ଘର ସେପ୍ଟି ଟାଙ୍କିି ରେ ଫୋଫାଡ଼ି ଦେଇଥିଲେ ।
ଏହି ମୃତ ଦେହକୁ ଝାରସୁଗୁଡ଼ା ବନହରପାଲି ପୋଲିସ୍ ଉଦ୍ଧାର କରିଛି । ଦୁଇ ବର୍ଷ ର ଏହି ରହସ୍ୟ ଖୋଲିବା ପରେ ପୋଲିସ୍ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଦ୍ବୟ ଡମ୍ବରୁଧରଙ୍କୁ ହତ୍ୟା କରି ବନ୍ଧବାହାଲ ସ୍ଥିତ ତାଙ୍କ ଘର ପାଇଖାନାର ସେପ୍ଟି ଟାଙ୍କିରେ ପୋତି ଦେଇଥିଲେ । ଦୁଇବର୍ଷ ପରେ ପୋଲିସ୍ ସେପ୍ଟି ଟାଙ୍କି ଖୋଲି ଡମ୍ବରୁଧରଙ୍କ କଙ୍କାଳ ଉଦ୍ଧାର କରିଛି । ତେବେ ପୋଲିସ୍ ଉଭୟ ଡମ୍ବରୁଧରଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଏବଂ ଲମ୍ବୋଦର ନାୟକ ଙ୍କୁ ଗିରଫ କରିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done