ଝାରସୁଗୁଡ଼ା ସହରର ସରଵାହଲ ଜଗନ୍ନାଥ ମନ୍ଦିର ପରିସରରେ ଆଜି ସନ୍ଧ୍ୟାରେ ଚବିଶ ପ୍ରହର ନାମଯଜ୍ଞ ପାଇଁ ପ୍ରଥମ ପ୍ରସ୍ତୁତି ଵୈଠକ‌ ଅନୁଷ୍ଠିତ ହୋଇଯାଇଛି


 ଚବିଶ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ। ଝାରସୁଗୁଡ଼ା ସହରର ସରଵାହଲ ଜଗନ୍ନାଥ ମନ୍ଦିର ପରିସରରେ ଆଜି ସନ୍ଧ୍ୟାରେ ଚବିଶ ପ୍ରହର ନାମଯଜ୍ଞ ପାଇଁ ପ୍ରଥମ ପ୍ରସ୍ତୁତି ଵୈଠକ‌ ଅନୁଷ୍ଠିତ ହୋଇଯାଇଛି। ଚବିଶ ପ୍ରହର ନାମଯଜ୍ଞ ପ୍ରସ୍ତୁତି ଵୈଠକ‌ ରେ ରାଜେଶ୍ ପାଢ଼ୀ ସଭାପତିତ୍ବ କରିଥିଲାବେଳେ ଜିତୁ ହୋତା ଅଧ୍ୟକ୍ଷତା କରିଥିଲେ। ଆସନ୍ତା ମାର୍ଚ୍ଚ ମାସ 15 03 2023 ଦିନ ଶୁଭ ଅଧିବାସ 16 03 2023 ଦିନ ଶ୍ରୀନାମ ଆରମ୍ଭ 19 03 2023 ଦିନ ଦଧିଭାଣ୍ଡ ପୂର୍ଣ୍ଣାହୁତି ନଗର ସଂକୀର୍ତ୍ତନ ମହା ପସାଦ ସେଵନ‌ ଓ ମହନ୍ତ ବିଦାୟ ହେବ । ଏଥିପାଇଁ ବିଭିନ୍ନ ଅଞ୍ଚଳର କୀର୍ତ୍ତନ ଦଳ କିପରି ଆସିବେ ଖାଇବାର ବ୍ୟବସ୍ଥା ସମେତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।ସରଵାହାଲ ଦୁର୍ଗା ପୂଜା ମଣ୍ଡପ ପଡିଆଠାରେ ଅନୁଷ୍ଠିତ ହେବ ।‌ ନାମ ଯଜ୍ଞ ରେ ଶୀପୁରାର ପୂର୍ଣଚନ୍ଦ୍ର ପାଢ଼ୀ ପୂଜକ ଦାୟିତ୍ଵ ନିର୍ବାହ କରିବେ । ଏହି ପ୍ରସ୍ତୁତି ଵୈଠକ‌ ରେ ସରଵାହାଲ ର ମଣ୍ଟୁ ଦୀକ୍ଷିତ ସମୀର ଦାସ୍ ନିମାଇଁ ଚରଣ ବେହେରା ଗତିକୂଷ୍ଣ ପଣ୍ଡା ମନୋରଞ୍ଜନ ସାହୁ ଭିକାରୀ ଚରଣ ପଣ୍ଡା ପିଣ୍ଟୁ ଲେଙ୍କା ସଚିତା ପାଣିଗ୍ରାହୀ ବିରେନ୍ଦ୍ର ବିଶାଲ ସୃଯ୍ୟ ନାରାୟଣ କୁଅଁର ଉପସ୍ଥିତି ରହିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done