ଆଜୀବନ ଜେଲଦଣ୍ଡ ଭୋଗୁଥିବା ଜଣେ କଏଦୀର ସନ୍ଦେହଜନକ ଭାବରେ ଝାରସୁଗୁଡ଼ା ଉପକାରାଗାର ରେ ମୃତ୍ୟୁ । ଜେଲ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଛନ୍ତି । ଅସ୍ବାଭାବିକ ଭାବରେ କଏଦୀ ର ମୃତ୍ୟୁ ହୋଇଥିବା ବେଳେ ଏହା ପୂର୍ବରୁ ମଧ୍ୟ ଏଠାରେ ଅନ୍ୟ ଜଣେ କଏଦୀର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ମୃତ କଏଦୀ ଜଣକ ଲଇକେରା ଅଞ୍ଚଳର ସୁଶାନ୍ତ ବୁଦୁଲା ଓରଫ୍ ଜଙ୍ଗଲି । ସୁଶାନ୍ତର ବିଳମ୍ବିତ ରାତ୍ରିରେ ଆକସ୍ମିକ ଭାବରେ ମୃତ୍ୟୁ ହୋଇଥିଲା । ଗତ ୨୦୧୪ ମସିହା ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ପରେ ନାବାଳିକାକୁ ହତ୍ୟା କରି ଥିବା ଅଭିଯୋଗରେ ଲଇକେରା ପୋଲିସ୍ ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ଉକ୍ତ ମାମଲାର ବିଚାର କରି ଝାରସୁଗୁଡ଼ା SDJM କୋର୍ଟ ଦ୍ଵାରା ଆଜୀବନ ଜେଲଦଣ୍ଡ ରେ ଦଣ୍ଡିତ ହୋଇ ୨୦୨୧ ମସିହାରୁ ଝାରସୁଗୁଡ଼ା ଉପକାରାଗାର ରେ ରହୁଥିଲେ ।
ତେବେ ଗତକାଲି ରାତ୍ରି ସମୟରେ ଆକସ୍ମିକ ଭାବରେ ସୁଶାନ୍ତ ଅଚେତ ହୋଇଥିଲେ । ତାଙ୍କୁ ଝାରସୁଗୁଡ଼ା ସଦର ମେଡିକାଲ୍ କୁ ନିଆଯାଇଥିଲା । ସେଠାରେ ସୁଶାନ୍ତ ର ମୃତ୍ୟୁ ହୋଇଯାଇଥିଲା । ଏନେଇ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ଜେଲ୍ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ତେବେ କଏଦୀ ଜଣକ ଏକ ସାଧାରଣ କଏଦୀ ନଥିଲେ । ସେ ଥିଲେ ଜଣେ ସଙ୍ଗୀନ ଅପରାଧୀ । ଜଙ୍ଗଲକୁ ଯେଉଁ ମହିଳା ମାନେ ଯାଉଥିଲେ ସେହି ମହିଳା ମାନଙ୍କୁ ଜଙ୍ଗଲି ଭୟଭିତ କରି ଦୁଷ୍କର୍ମ କରୁଥିଲେ । ସୁଶାନ୍ତ ଜଣେ ନାବାଳିକା କୁ ଦୁଷ୍କର୍ମ କରି ପରେ ନାବାଳିକା କୁ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଥିଲେ । ଏହି ନାବାଳିକା ର ଦୁଷ୍କର୍ମ ଘଟଣାରେ ସୁଶାନ୍ତ କୁ ଜେଲଦଣ୍ଡ ମିଳିଥିଲା । ସେ ଲଇକେରା ଅଞ୍ଚଳରେ ଜଙ୍ଗଲି ଆତଙ୍କ ଖେଳାଇ ଥିଲେ । ତେବେ ଏହିପରି ଜଣେ ସଙ୍ଗୀନ ଅପରାଧୀର ମୃତ୍ୟୁ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜେଲ କର୍ତ୍ତୃପକ୍ଷ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ।
0 Comments