ଝାରସୁଗୁଡ଼ା ସହରର ସରଵାହଲ ଦୁର୍ଗା ମଣ୍ଡପ ସମ୍ମୁଖରେ ଆଜି 74ତମ ସାଧାରଣତନ୍ତ୍ର ଦିବସ ରେ ୟଙ୍ଗ ଷ୍ଟାର୍ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି।


 ଝାରସୁଗୁଡ଼ା ସହରର ସରଵାହଲ ଦୁର୍ଗା ମଣ୍ଡପ ସମ୍ମୁଖରେ ଆଜି 74ତମ ସାଧାରଣତନ୍ତ୍ର ଦିବସ ରେ ୟଙ୍ଗ ଷ୍ଟାର୍ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଉପନଗରପାଳ‌ ବେଣୁଗୋପାଲ ପାଣିଗ୍ରାହୀ ପତାକା ଉତ୍ତୋଳନ କରିବା ସହିତ ସାଧାରଣତନ୍ତ୍ର ଦିବସ ରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ୟଙ୍ଗ ଷ୍ଟାର୍ ଚେରିଟେବୁଲ ଟ୍ରଷ୍ଟ ର ସଭାପତି ଅରବିନ୍ଦ ଵାରିକ‌‌ ଅଧ୍ୟକ୍ଷତାରେ ‌ଆଲୋକ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ସାଧାରଣତନ୍ତ୍ର ଦିବସ ଅବସରରେ ଏକ ନୃତ୍ୟ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା । ଗତ ତିନି ଦିନ ତଳେ ସରବାହଲ ହାଇସ୍କୁଲ ଠାରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗ ନେଇଥିବାବେଳେ ଆଜି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।ଏହି ଅବସରରେ ଭିନ୍ନକ୍ଷମ ବିଦ୍ୟାଳୟର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର ନିମାଇଁ ଚରଣ ବେହେରା ଫକୀର ମୋହନ ବାରିକ ଅଜୟ ସାଏଗଲ ବିଜୟ ସାଇଗଲ ରବିନ୍ଦ୍ର ଦୀକ୍ଷିତ ପ୍ରଦୀପ ପୂଜାରୀ ଆଦିତ୍ୟ ପୂଜାରୀ ସମେତ ସରଵାହାଲ ଅଂଚଳର ଶହ ଶହ ଲୋକ ସାମିଲ ହୋଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done