ଓଡିଶା ପ୍ରଦେଶ କଂଗ୍ରେସ କମିଟିଙ୍କ ନିର୍ଦେଶ ଅନୁଯାୟୀ ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ "ଅଖିଳ ଭାରତୀୟ କଂଗ୍ରେସ କମିଟି "ଦ୍ୱାରା ଡାକରା ଦିଆ ଯାଇଥିବା "ହାତରେ ହାତ ଯୋଡ "ଅଭିଯାନକୁ ଝାରସୁଗୁଡା ଜିଲ୍ଲାରେ ସଫଳ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ଝାରସୁଗୁଡା ଜିଲ୍ଲା କଂଗ୍ରେସ ଉପ ସଭାପତି ଶ୍ରୀ ସିଆରମ ଦାସ ଙ୍କ ସଭାପତିତ୍ୱରେ ତଥା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଓ ପର୍ଯ୍ୟବ୍ୟକ୍ଷକ ଶ୍ରୀ ରାଜ କିଶୋର ଷଡ଼ଙ୍ଗୀ, ଲଖନପୁର ବ୍ଲକ ସଭାପତି ଲିଙ୍ଗରାଜ ବଢ଼େଇ, ଝାରସୁଗୁଡା ବ୍ଲକ ସଭାପତି ଅର୍ଜୁନ ନାୟକ, ଲାଇକେରl ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ଭୋଇ, କୋଲାବିରା ବ୍ଲକ ସଭାପତି ଶ୍ରୀ ଶ୍ରୀକର ସାହୁ, କିର୍ମିରା ବ୍ଲକ ସଭାପତି ଅଶ୍ୱିନୀ ବିଶ୍ୱାଳ, ବେଲପାହାଡ ଟାଉନ କଂଗ୍ରେସ ସଭାପତି ଭାସ୍କର ପଟେଲ, ବ୍ରଜରାଜନଗର ଟାଉନ ସଭାପତି ପ୍ରଫୁଲ୍ଲ ପଣ୍ଡା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ରାହୁଲ ଠାକୁର, ମହେନ୍ଦ୍ର ନାୟକ, ତରୁଣ ପାଣ୍ଡେ, ପ୍ରଶାନ୍ତ ତ୍ରିପାଠୀ,ଫକୀର ନାୟକ, ଅଲେଖ କୁମାର,ଦେବାନନ୍ଦ ବାରିକ,ପୂନ୍ୟବାନ ନାୟକ ପ୍ରମୁଖଙ୍କ ଉପସ୍ଥିତି ରେ ହୋଇ ଥିଲା, ପ୍ରକାଶ ଥାଉ କି ଆସନ୍ତା ଜାନୁୟାରୀ 26 ତାରିଖ ରୁ ଆରମ୍ଭ ହେବାକୁ ଥିବା "ହାତରେ ହାତ ଯୋଡ ଅଭିଯାନ "ଦଳୀୟ କର୍ମୀଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ଗ୍ରାମ, ସହରାଞ୍ଚଳରେ ଜନ ସମ୍ପର୍କ ପାଇଁ ପଦଯାତ୍ରା କରାଯିବ
0 Comments