ଆଦର୍ଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ବିନା କିଛି ସ୍ବାର୍ଥ କୁ ଦେଖି ବିନା କିଛି ପାଉଣା ନେଇ ଶିକ୍ଷକତା କରୁଥିବା ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ପାଇଁ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଆନୁକୁଲ୍ୟରେ ଏକ ଶିକ୍ଷକ ସମ୍ମାନ ସମାରୋହ 2022 ଆୟୋଜନ ହୋଇଥିଲା । ସମସ୍ତ ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇ ଏକ ଗୁରୁ ଶିଷ୍ୟ ପରମ୍ପରା ର ଅଦ୍ଭୁତ ପରିବେଶ ଦେଖା ଯାଇଥିଲା ।ପଦ୍ମଶ୍ରୀ ଶ୍ରୀଯୁକ୍ତ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ପଦ୍ମଶ୍ରୀ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ହରିପାଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟ କୁ ଗଢିତୋଳିବା ରେ ମୁଖ୍ୟ ଭୂମିକା ଥିବା ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସକାଳ ସମୟ ରେ ସମ୍ବର୍ଦ୍ଧନା ସଭା ହୋଇଥିଲା ବେଳେ ଅପରାହ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସମ୍ବଲପୁରର ଲହରୀ କଳା ପରିଷଦ ର ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହୋଇଥିଲା ବେଳେ ଛାତ୍ରଛାତ୍ରୀ ମାନଙ୍କ ନୁତ୍ୟ ସମସ୍ତଙ୍କୁ ମାନମୋହିତ କରି ଦେଇଥିଲା
0 Comments