ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ଥର ପାଇଁ ମାର୍ଗଶୀର ମାସ ପ୍ରଥମ ଗୁରୁବାର ଅବସରରେ ପୁଷ୍ଟି ଶସ୍ୟ ମାଣ୍ଡିଆ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପୁଷ୍ଟିଶସ୍ୟ ମାଣ୍ଡିଆ ପୋଷକ ତତ୍ତ୍ଵରେ ପରିପୂର୍ଣ୍ଣ ହୋଇଥିବାରୁ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଆହ୍ବାନ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗ ଦେଇ ମାଣ୍ଡିଆର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ବଲବିନ୍ଦର ସିଂ,ଡିପିଡି (ଆତ୍ମା ) ଧୀରେନ୍ଦ୍ର ସିଂହ ବରିହା, ଯୋଜନା ଅଧିକାରୀ ସୁପ୍ରିତି ମାଝୀ, ମିଲେଟ ମିଶନ ଜିଲ୍ଲା ସଂଯୋଜକ ଟିକେଶ୍ୱର ବେହେରା, ହିସାବ ରକ୍ଷକ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରରେ ଜିମ୍ ସେଣ୍ଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଣ୍ଡିଆ ଲସି,ଲଡୁ,ବିସ୍କୁଟ ଇତ୍ୟାଦି ବଣ୍ଟନ କରାଯାଇଥିଲା l ଏହି ଅବସରରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳାର ଆୟୋଜନ କରାଯାଇଥିଲା l ଏଥିରେ ମାଣ୍ଡିଆ ରେ ପ୍ରସ୍ତୁତ ବରା, ଆଳୁଚପ,ପକୁଡ଼ି,ଆରିସା,ମାଲପୁଆ, କ୍ଷୀରି,ଗଜା,ଖୁର୍ମା ଭଳି ବିଭିନ୍ନ ଖାଦ୍ୟ ଷ୍ଟଲ୍ ମାନଙ୍କରେ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲଇକେରା, କୋଲାବିରା, ଝାରସୁଗୁଡ଼ା, କିର୍ମିରା ଓ ଲଖନପୁର ବ୍ଲକ୍ ର ୨୦୦ରୁ ଉର୍ଦ୍ଧ୍ବ ଚାଷୀ ଭାଗ ନେଇ ମାଣ୍ଡିଆ ରଥ ସହିତ ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡ ଠାରୁ କଲେକ୍ଟର ଅଫିସ ପର୍ଯ୍ୟନ୍ତ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।ଏଥିରେ ଜିଲ୍ଲା ତଥା ବିଭିନ୍ନ ବ୍ଲକର କୃଷକ,କୃଷି କର୍ମଚାରୀ,ସେବା,ସେବକ, ଓ ଆଜକା ସଂଗଠନ ର ସମ୍ପାଦକ ଓ ମିଲେଟ ମିଶନ କର୍ମୀ ମାନେ ମଧ୍ୟ ଯୋଗ ଦେଇଥିଲେ ।
0 Comments