'ବିଜୟିନୀ' ଅଭିଯାନର ଆଜି ତୃତୀୟ ଦିବସରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ବାଲ୍ୟବିବାହକୁ ନିରୁତ୍ସାହିତ କରିବା ସକାଶେ ଶପଥ ପାଠ ଅନୁଷ୍ଠିତ ହୋଇଛି।ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପର ଭାଇଜର, ଅଙ୍ଗନବାଡ଼ି କର୍ମଚାରୀ , ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ଜାତି ଓ ସମାଜର ମୁଖ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବାଲ୍ୟବିବାହ ମୁକ୍ତ ଜିଲ୍ଲା ଗଠନ ପାଇଁ ସଂକଳ୍ପ ନେଇଥିଲେ । ନିଜ ପରିବାରରେ କାହାରି ବାଲ୍ୟବିବାହ ନ କରିବା, କୌଣସି ଜାଗାରେ ବାଲ୍ୟ ବିବାହ ହେଉଥିବା ସୂଚନା ପାଇଲେ ତାହାକୁ ବନ୍ଦ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବା ,ବାଲ୍ୟବିବାହର କୁ-ପରିଣାମ ସମ୍ପର୍କରେ କିଶୋର କିଶୋରୀ ତଥା ଯୁବକ ଯୁବତୀ ଓ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତେ ପ୍ରତିଜ୍ଞା ପତ୍ର ପାଠ କରିଥିଲେ । ବାଲ୍ୟବିବାହ ମୁକ୍ତ ଜିଲ୍ଲା ଗଠନ ଦିଗରେ ଚାଲୁ ରହିଥିବା ଅଭିଯାନ ଓ ଅଦଭିକା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜିକା (ବାଲ୍ୟବିବାହ)ରଞ୍ଜିତା ଦାଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆକ୍ସନ ଏଡ ଓ ୟୁନିସେଫର କର୍ମକର୍ତ୍ତା ପରିଚାଳନା କରିଥିଲେ ।
0 Comments