ସାରା ଦେଶ ରେ ମହାତ୍ମା ଗାନ୍ଧୀ ଙ୍କର ୧୫୩ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସର ରେ ଝାରସୁଗୁଡ଼ା ଜିଲ୍ଲା ବଞ୍ଜାରି ଗ୍ରାମ ରେ ଗାନ୍ଧୀ ଜୀ ଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବଞ୍ଜାରି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୀମା ସାହୁ ଙ୍କ ଅଧ୍ୟକ୍ଷତା ରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ସମାରୋହ ପାଳିତ ହୋଇଥିଲା । ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସଂଘର୍ଷ ସମିତି ର ରାଷ୍ଟ୍ରୀୟ ସଚିବ ସୂଚନା ପ୍ରଯୁକ୍ତି ଶ୍ରୀଯୁକ୍ତ ବାପୁଜୀ ପାତ୍ର ଯୋଗ ଦେଇଥିଲେ।
ସରପଞ୍ଚ ଶ୍ରୀମତୀ ସୀମା ସାହୁ ମହାତ୍ମା ଗାନ୍ଧୀ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଗ୍ରାମ୍ୟ ସ୍ବଚ୍ଛତା ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ନିର୍ବାହ ପାଇଁ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି ନିଜର ଅଭିଭାଷଣ ରେ କହିଥିଲେ । ଶ୍ରୀମତୀ ସାହୁ କିପରି ଅତିରିକ୍ତ ଆୟ କରି କିପରି ଗ୍ରାମ ର ଉନ୍ନତି କରିହେବ ସେ ବିଷୟରେ କହିଥିଲେ ଓ ପାଞ୍ଚ ଟି ଗ୍ରାମରେ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶ୍ରୀଯୁକ୍ତ ବାପୁଜୀ ପାତ୍ର ସରକାର ଙ୍କ ବିଭିନ୍ନ ଉନ୍ନତିମୂଳକ ସ୍କିମ୍ ଗୁଡ଼ିକ ମଧ୍ୟରେ କିପରି ଗ୍ରାମ ର ଉନ୍ନତି କରିହେବ ସେ ବିଷୟରେ କହିଥିଲେ ଓ ଗ୍ରାମ ରେ ଷ୍ଟ୍ରିଟ ଲାଇଟ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହାୟତା ରେ ଷ୍ଟ୍ରିଟ ଲାଇଟ୍ ଲଗାଇବା କୁ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଶେଷରେ ଗ୍ରାମବାସି ଓ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ବାପୁଜୀ ପାତ୍ର ଙ୍କ ସହ ସରପଞ୍ଚ ସୀମା ସାହୁ ଓ ଗଣମାନ୍ୟ ଗ୍ରାମବାସୀ ବୃନ୍ଦ ମିଶି ପଞ୍ଚାୟତ କର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏହି ଅବସର ରେ ପଞ୍ଚାୟତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ ।
0 Comments