ଆଜି ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ରେ ଆଲୁମନି ମୀଟ ଅନୁଷ୍ଠିତ ହୋଇ ଯାଇଅଛି l 1955 ମସିହା ରୁ 2021 ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିବା ଅନୁନ୍ୟ 300 ପୁରାତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଏହି ସଭା ରେ ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ର ଆଲୁମନି ସଂଘ ପ୍ରତିଷ୍ଠା ପାଇଁ ଛାତ୍ରଛାତ୍ରୀ ମାନେ ଅଧକ୍ଷା ଙ୍କୁ ଆବେଦନ ପତ୍ର ପ୍ରଦାନ କରିଥିଲେ l ସର୍ବସମ୍ମତି କ୍ରମେ ଆଜି ର ଦିନ କୁ ଆଲୁମନି ସଙ୍ଘ ର ପ୍ରତିଷ୍ଠା ଦିବସ ଭାବେ ଗ୍ରହଣ କରାଗଲା l
ଏହି ସଭା ରେ ଅନୁଷ୍ଠାନ ର ଅଧକ୍ଷା ଶ୍ରୀମତୀ ରିନତା ଦାସ ସଭାପତିତ୍ୱ କରି ଥିଲେ l ଅନେକ ପୁରୁଣା ଛାତ୍ରଛାତ୍ରୀ ନିଜର ଛାତ୍ର ଜୀବନ ର ଅନୁଭୂତି ବ୍ୟକ୍ତ କରିଥିଲେ l ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସଠିକ ମାର୍ଗ ରେ ଚାଲିବ ପାଇଁ ଉପଦେଶ ଦେଇ ଥିଲେ l ଶ୍ରୀମତୀ ଅନିମା ଏକ୍କା ସଭା ପରିଚାଳନା କରିଥିଲେ l ସଭା ରେ ବରିଷ୍ଠ ଅଧ୍ୟାପକ ଶ୍ରୀ ସୁବ୍ରତ ପରିଡା, ଅଷ୍ଟମିତା ମିଶ୍ର, ସ୍ୱପ୍ନାଶିଷ ପଟେଲ, ଅମିତ ସାହୁ, ସୁଲଗ୍ନା ଦାସ ସମେତ ଅନାନ୍ୟା ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ l ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ର ପୁରାତନ ଛାତ୍ର ଦିଲୀପ କୁମାର ଦୁରିଆ, ଚିତ୍ରସେନ ତାଜନ, ତାରାଦୀପ ସେଠ, ରୋବିନ ପାଣ୍ଡେ, ଅଶ୍ୱିନୀ ଚୌଧୁରୀ, ପ୍ରମୁଖ ଉପସ୍ଥିତ ଥିଲେ l
0 Comments