ନବ ନିର୍ବାଚିତ ସରପଞ୍ଚମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ


 ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ଓଡିଶା ସରକାରଙ୍କ  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଆନୁକୂଲ୍ୟରେ ନବ ନିର୍ବାଚିତ ସରପଞ୍ଚମାନଙ୍କ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ଅକ୍ଟୋବର ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା , କୋଲାବିରା ଓ ଲଇକେରା

ବ୍ଲକର ନବ ନିର୍ବାଚିତ   ସଇଁତିରିଶ ଜଣ ସରପଞ୍ଚ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଫାଇଭ ଟି ଓ ମୋ ସରକାର, ଶସକ୍ତ ଗ୍ରାମସଭା, ଅର୍ଥ ଆୟୋଗ ଅନୁଦାନ, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା, ଗ୍ରାମ ପଞ୍ଚାୟତିର ଆର୍ଥିକ ପରିଚାଳନା, ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନ, ଗ୍ରାମୀଣ ବାସଗୃହ, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ମହିଳା ଶିଶୁ ବିକାଶ , ମିଶନ ଶକ୍ତି , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କ୍ରୀଡା, ବିଦ୍ୟାଳୟ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିକାଶ , ଖାଦ୍ୟ ଯୋଗାଣ, ଇ-ପ୍ରଶାସନ ଓ ଅନ ଲାଇନ ସେବା, କୃଷି, ମତ୍ସ୍ୟ ପାଳନ ଓ ପଶୁ ସମ୍ପଦ, ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଞ୍ଚାୟତର ଭୂମିକା , ସାମାଜିକ ଗଣମାଧ୍ୟମର ଭୂମିକା ଆଦି ବିଭିନ୍ନ ବିଷୟରେ  ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । ଏହି ଅବସରରେ ସରପଞ୍ଚମାନଙ୍କ ପାଇଁ କ୍ଷେତ୍ର ପରିଦର୍ଶନର ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିଦିନ ପୂର୍ବଦିନ ପ୍ରଶିକ୍ଷଣର ମୁଖ୍ୟାଂଶ ଆଲୋଚନା ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଖୋଲାମଞ୍ଚ ଆଲୋଚନା, ଆତ୍ମସମୀକ୍ଷା ଓ ସଂକଳ୍ପ ସହ ପ୍ରଶିକ୍ଷଣର ମୂଲ୍ୟାଙ୍କନ କରାଯାଇଥିଲା । ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମାଝୀ ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ଦିଗରେ ସରପଞ୍ଚମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ନିଜ ନିଜ ପଞ୍ଚାୟତକୁ ଅଗ୍ରଣୀ ପଞ୍ଚାୟତରେ ପରିଣତ କରିବା ଦିଗରେ ଯତ୍ନବାନ ପୂର୍ବକ ଆନ୍ତରିକତାର ସହ ଦାୟିତ୍ୱ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରିଷ ରଥ , ଜିଲ୍ଲା ପରିଷଦ ଯୋଜନା ପରିଚାଳିକା (ପ୍ରଶିକ୍ଷଣ) ସୋମାନୀ ସାହୁ ସରପଞ୍ଚ ମାନେ ଦାୟିତ୍ୱ ନିର୍ବାହ ସମୟରେ ଏହି ପ୍ରଶିକ୍ଷଣ  ସହାୟକ ହେବ ବୋଲି ଉଲ୍ଲେଖ କରିବା ସହ ଦକ୍ଷତା ବିକାଶ ଦ୍ୱାରା କିପରି ପଞ୍ଚାୟତ କାର୍ଯ୍ୟ ପରିଚାଳନାକୁ ଶସକ୍ତ ଓ ସଙ୍ଗଠିତ କରାଯାଇପାରିବ ତା ଉପରେ ଆଲୋକପାତ କରିଥିଲେ। ମା' ସମଲେଶ୍ବରୀ ଏଜୁକେସନ ଓ ୱେଲଫେୟାର ଟ୍ରଷ୍ଟ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done